ମେଷ: ଚାକିରି ବୃତ୍ତି ସମ୍ବନ୍ଧୀୟ କୌଣସି ବଡ଼ ଆହ୍ବାନ ଆସିବ। ଘରର ପରିବେଶ ଭଲ ରହିବ। ଆପଣଙ୍କର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।
ବୃଷ: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ରହିବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମିଥୁନ: ଆପଣ ଚିନ୍ତା ମୁକ୍ତ ରହିବେ। ନିଜର ଲକ୍ଷ୍ୟ ସ୍ଥିର କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ଭଲ ଖବର ପାଇବେ। କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ।
କର୍କଟ: ଧୈର୍ଯ୍ୟ ଧରି ରୁହନ୍ତୁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ବନ୍ଧୁ ସହ ସମୟ ଭଲରେ ବିତିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
ସିଂହ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ। ପରିବାର ସମ୍ପର୍କରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
କନ୍ୟା: ଭାବନା ଓ ବ୍ୟବହାର ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଚାକିରିରେ ଆପଣଙ୍କ କାମର ପ୍ରଶଂସା ହେବ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ତୁଳା: କାମରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରେ ନିବୃତ୍ତ ରୁହନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ବିଛା: କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ହେବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟ ଲାଗି ଦିନଟି ବହୁତ ଭଲ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ।
ଧନୁ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମକର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ।
କୁମ୍ଭ: ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।
ମୀନ: ପାରିବାରିକ ମାମଲା ନେଇ ଯାଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଅଫିସ କାମ ମନ୍ଥର ଗତିରେ ପୂରା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।