publive-imageମେଷ: କାମକୁ ଯିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ସାଙ୍ଗମାନଙ୍କ ସହିତ ଦିନଟି ଭଲରେ ବିତିବ। ବଜେଟ ଅନୁଯାୟୀ ଖର୍ଚ୍ଚ କରନ୍ତୁ। ଛାତ୍ର ଶିକ୍ଷକଙ୍କର ସହଯୋଗ ପାଇବେ।

Advertisment

publive-imageବୃଷ: କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେହି କ୍ଷେତ୍ରରେ ଥିବା ଲୋକମାନଙ୍କର ମତ ନିଅନ୍ତୁ। ବ୍ୟବସାୟରେ ଲାଭ ମିଳିବାର ଯୋଗ ଅଛି। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

publive-imageମିଥୁନ: ମନରେ ନୂଆ ନୂଆ ରଚନାତ୍ମକ ଭାବନା ଆସିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। କୌଣସି ମହିଳା ବନ୍ଧୁ ସହ ସାକ୍ଷାତ ହେବ।

publive-image

କର୍କଟ: କାହାରିକୁ ତୁରନ୍ତ ବିଶ୍ବାସ କରନ୍ତୁ ନାହିଁ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମାଆଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷାର୍ଥୀଙ୍କୁ ଭଲ ଫଳ​ ମିଳିବ।

publive-imageସିଂହ: ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ମନ ଗହନରେ କୌଣସି କଥା ଅଶାନ୍ତି ସୃଷ୍ଟି କରୁଥିଲେ ବନ୍ଧୁଙ୍କୁ ଜଣାନ୍ତୁ।

publive-imageକନ୍ୟା: ଧର୍ମକାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ପରିବେଶ ଭଲ ରହିବ। ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।

publive-imageତୁଳା: ଜୀବନରେ କିଛି ପରିବର୍ତ୍ତନ ଆସିବ। ବ୍ୟବସାୟ ସ୍ଥାନାନ୍ତର କରିବାକୁ ଭାବି ପାରନ୍ତି। କୌଣସି କାମ କରିବା ଲାଗି ଅଧିକ ପରିଶ୍ରମ କରିବେ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ।

publive-imageବିଛା: ଦିନଟି ଲାଭଦାୟକ। କୌଣସି ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ବଡ଼ କଣ୍ଠଶିଳ୍ପୀଙ୍କ ସହଯୋଗ ମିଳିପାରେ।

publive-imageଧନୁ: ନିଜର ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରେମ ସମ୍ବନ୍ଧ ଲାଗି ଭଲ ଦିନଟିଏ। ଉପହାର ମିଳିପାରେ। ଆପଣଙ୍କ କାମକୁ ସମସ୍ତେ ପ୍ରଶଂସା କରିବେ।

publive-imageମକର: ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ପଦୋନ୍ନତି ପାଇଁ ଲାଗି ରହିଥିବା ବାଧା ଦୂର ହେବ।

publive-image

କୁମ୍ଭ: ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ବେପାର କରିବା ଲାଗି ଭାବିବେ। କମ୍ ପରିଶ୍ରମରେ ଯଥେଷ୍ଟ ଫଳ ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageମୀନ: ପରିଶ୍ରମର ଅନୁରୂପ ଫଳ ପାଇବେ। କୌଣସି ଭଲ ଖବର ଶୁଣିବେ। ଆପଣଙ୍କୁ ଜୀବନସାଥୀର ପ୍ରେମ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରି ପଢ଼ନ୍ତୁ।