publive-imageମେଷ: ନୂଆ ଲୋକଙ୍କ ସହ ସାକ୍ଷାତରୁ ଲାଭ ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

Advertisment

publive-imageବୃଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। କୌଣସି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ‌

publive-imageମିଥୁନ: ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ କାଟିବେ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହିତ ତାଳମେଳ ରଖନ୍ତୁ। ଶିକ୍ଷକଙ୍କୁ ପୁରସ୍କାର ମିଳିବ।

publive-image

କର୍କଟ: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କୁ ଆଶାରୁ ଅଧିକ ଲାଭ ହେବ। ପ୍ରେମ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ। ‌

publive-imageସିଂହ: ଦୀର୍ଘ ଦିନର ଅଧୁରା କାମ ପୂରା ହୋଇଯିବ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି। ସନ୍ତାନ ପକ୍ଷରୁ ଖୁସି ପାଇବେ। ‌

publive-imageକନ୍ୟା: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଭଲ ଉଦ୍ୟୋଗରୁ ଚାକିରିର ସୁଯୋଗ ଆସିବ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମରେ ସଫଳତା ପାଇବେ।

publive-imageତୁଳା: ପୂଜାପାଠରେ ସମୟ ବିତିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପରିବାର ଲୋକଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥା ହେବେ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ।

publive-imageବିଛା: ଆପଣଙ୍କ କାମରେ ବନ୍ଧୁ ସାହାଯ୍ୟ କରିବେ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ସଡ଼କର ଦୁଇ ଦିଗ ଦେଖି ପାର ହୁଅନ୍ତୁ।

publive-imageଧନୁ: ପରିବାରର ସବୁ ଲୋକ ଖୁସି ରହିବେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ଅବସର ପାଇବେ।

publive-image
ମକର: ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବ‌ା ଲାଗି ଯୋଜନା କରିବେ।

publive-image

କୁମ୍ଭ: ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଅଫିସ ପରିବେଶ ଭଲ ରହିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଦିନଟି କ୍ୟାରିଅରରେ ନୂଆ ପରିବର୍ତ୍ତନ ଆଣିବ।

publive-imageମୀନ: ଅଧୁରା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ଖୁସି ସଂଚାର ହେବ।