publive-imageମେଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରିୟ ବ୍ୟକ୍ତିଙ୍କ ମନ ଜିଣିବାକୁ ଚେଷ୍ଟା କରିବେ। ‌

Advertisment

publive-imageବୃଷ: ଆପଣଙ୍କ ଅଧିକାଂଶ ସମୟ ପିଲାଙ୍କ ସହିତ ବିତିବ। ଦ୍ବିପ୍ରହର ସୁଦ୍ଧା ଭଲ ଖବର ପାଇବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ।

publive-image‌ମିଥୁନ: କିଛି କାମ ଅଧୁରା ରହିପାରେ। ଗଣମାଧ୍ୟମ କର୍ମଚାରୀଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିବ। କାମକୁ ଭଲ ରୂପ ଦେବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

publive-image

କର୍କଟ: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ, ଜୀବନରେ ସଫଳତା ମିଳିବ। ଘର ଓ ଅଫିସରେ ପରିବେଶ ଶାନ୍ତିପୂର୍ଣ୍ଣ ରହିବ।

publive-imageସିଂହ: ଆପଣଙ୍କର ଧ୍ୟାନ ଧର୍ମ କାର୍ଯ୍ୟ ଆଡ଼କୁ ଆକର୍ଷିତ ହେବ। କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ମିଶନ୍ତୁ, ଆପଣଙ୍କୁ ଲାଭ ମିଳିବ।

publive-imageକନ୍ୟା: ଅଧୁରା କାମ ପୂରା ହେବ। ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ରଚନାତ୍ମକ କାମ ପାଇଁ ଭଲ ଦିନଟିଏ। କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ।

publive-imageତୁଳା: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ପାଇଁ କିଛି ଲାଭଦାୟକ ସୁଯୋଗ ସମ୍ମୁଖକୁ ଆସିବ। ରାଜନୀତିରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

publive-imageବିଛା: ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

publive-imageଧନୁ: ପରିବାରରେ କୌଣସି ସଦସ୍ୟ ସହିତ ବିବାଦ ହୋଇପାରେ। ଅଜାଣତରେ ଆପଣଙ୍କ ଦ୍ବାରା ଭୁଲ୍ ହୋଇପାରେ। ବ୍ୟବସାୟ ମାନ୍ଦା ଧରିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।

publive-image
ମକର: ବଡ଼ ପଦକ୍ଷେପ ନେବାରୁ ନିବୃତ୍ତ ରହନ୍ତୁ। ପାଠପଢ଼ା ପ୍ରତି ଆପଣଙ୍କ ସନ୍ତାନର ଗମ୍ଭୀରତା ବଢ଼ିବ। କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ।

publive-image

କୁମ୍ଭ: କୌଣସି କାମରେ ଭଲ ପ୍ରଦର୍ଶନ ଲାଗି କିଛି ନୂଆ କରିବେ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ଯୋଜନାବଦ୍ଧ ଭାବେ କ୍ୟାରିୟରରେ ପରିବର୍ତ୍ତନ ଆଣି ପାରନ୍ତି।

publive-imageମୀନ: କିଛି ଚିନ୍ତା ଆପଣଙ୍କୁ କଷ୍ଟ ଦେଇପାରେ। ଆଳସ୍ୟ ସତ୍ତ୍ବେ ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ।