ମେଷ: ଧୈର୍ଯ୍ୟପୂର୍ବକ କାମ କଲେ ଲାଭ ହେବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ଯୋଗ ରହିଛି। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ।
ବୃଷ: କଠିନ ପରିଶ୍ରମ ଫଳଦାୟୀ ସିଦ୍ଧ ହେବ। ଆପଣଙ୍କର ଆକର୍ଷକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆପଣଙ୍କ ଆଡ଼କୁ ଟାଣିବ। ବ୍ୟବସାୟରେ ଗତି ବଢ଼ିବ। ନୂଆ ଘର କିଣିବା ଲାଗି ଦିନଟି ଶୁଭ।
ମିଥୁନ: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପୂର୍ବରୁ କରିଥିବା ଯୋଜନା ଲାଗୁ କରନ୍ତୁ, ଠିକ୍ ରହିବ। ନିଜ କାମରେ ସଂପୂର୍ଣ୍ଣ ରୂପେ ଧ୍ୟାନକେନ୍ଦ୍ରିତ କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
କର୍କଟ: ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। କୌଣସି ସଂସ୍ଥା ଦ୍ବାରା ଆପଣ ସମ୍ମାନିତ ହୋଇପାରନ୍ତି। ଚାକିରିଜୀବୀଙ୍କର ପ୍ରଭାବ ବଢ଼ିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।
ସିଂହ: ଜୀବନସାଥୀ ଏଭଳି କିଛି କାମ କରିବେ ଯାହାକୁ ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ନୂଆ କାମ ଆରମ୍ଭ କରନ୍ତୁ, ଲାଭ ହେବ। ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ।
କନ୍ୟା: ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମସ୍ତିଷ୍କରେ ଯେଉଁ ଉପାୟ ଆସିବ, ତାହା ଫଳପ୍ରଦ ସାବ୍ୟସ୍ତ ହେବ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। ଆଗରୁ ଲାଗିଥିବା କାମରେ ଲାଭ ହେବ।
ତୁଳା: ନିଜର ସମସ୍ୟା କାହାରିକୁ ଜଣାନ୍ତୁ ନାହିଁ। ଜମିରେ ନିବେଶ ଲାଗି ଦିନଟି ଭଲ। ଗୃହିଣୀଙ୍କୁ ଜୀବନସାଥୀ ଠାରୁ ଉପହାର ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।
ବିଛା: କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ବିବାହିତମାନେ ନିଜର ଜୀବନସାଥୀଙ୍କତ କଥା ମାନିବେ। ଆପଣ ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିବେ। ବେପାରରେ ଲାଭ ହେବ।
ଧନୁ: କାମରେ ସକାରାତ୍ମକ ପରିଣାମ ପାଇବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନସାଥୀଠୁଁ କୌଣସି ଜରୁରୀ କାମରେ ସାହାଯ୍ୟ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ମକର: ପୁଞି ବଜାରରେ ନିବେଶ କରିବା ପୂର୍ବରୁ ଭଲଭାବେ ପରଖିି ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ରାଜନୀତିରେ ସଫଳତା ପାଇବେ। ବିବାହିତ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆପଣଙ୍କୁ ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ନିଜକୁ ବ୍ୟର୍ଥ କାମଠୁଁ ଦୂରରେ ରଖନ୍ତୁ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ନିଜ କାମରେ ଭଉଣୀଙ୍କ ଠାରୁ ଅଧିକ ସହଯୋଗ ପାଇବେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଜୀବନସାଥୀ ଆପଣଙ୍କୁ ଭଲ ଉପହାର ଦେବେ।