ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଲାଭର ଯୋଗ ଅଛି। ଆପଣଙ୍କୁ କୁଟୁମ୍ବର ପୂରା ସହଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ପ୍ରେମ ଜୀବନ ମଧୁର ହେବ।
ବୃଷ: ଆପଣଙ୍କ ନିଜ କଥା ଓ ବ୍ୟବହାର ବଦଳାଇବେ। ଆର୍ଥିକ ମାମଲାରେ ଭଲ ଲାଭ ମିଳିବ। ତୀର୍ଥରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କର ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।
ମିଥୁନ: ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରନ୍ତୁ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ମାନ୍ୟତା ମିଳିବ। ବ୍ୟକ୍ତିତ୍ବର ବିକାଶ ହେବ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ସିଂହ: ପେସାରେ ନୂଆ ଅବସର ମିଳିପାରେ। ପରିବାରରେ ବଡ଼ ଆୟୋଜନର ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜମିରେ ନିବେଶ ପାଇଁ ଭାବି ପାରନ୍ତି।
କନ୍ୟା: ଚାକିରିରେ ପଦୋନ୍ନତି ସହ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ। ଆମଦାନିର ନୂଆ ଉତ୍ସ ମିଳିବ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।
ତୁଳା: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। କାରବାରରେ ପରିଶ୍ରମ ଅନୁସାରେ ଲାଭ ମିଳିବ। ପିଲାଙ୍କ ସମସ୍ୟା ସମାଧାନ କରିବେ।
ବିଛା: କାର୍ଯ୍ୟରେ ଆପଣଙ୍କର ସାହସିକତା ପାଇଁ ଉଚ୍ଚ ଅଧିକାରୀ ପ୍ରଶଂସା କରିବେ। ବ୍ୟବସାୟୀଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ସକ୍ରିୟତା ବଢ଼ିବ।
ଧନୁ: ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ଅବସର ମିଳିବ। ଆପଣଙ୍କର ମନ ଆଧ୍ୟାତ୍ମିକ ଭାବନାରେ ବୁଡ଼ି ରହିବ। ବେପାରୀଙ୍କ ଆମଦାନି ବଢ଼ିବାର ସମ୍ଭାବନା ଅଛି।
ମକର: ବ୍ୟବସାୟରେ ପ୍ରତିଷ୍ଠା ମିଳିବ। ଲକ୍ଷ୍ୟସ୍ଥଳର ନିକଟତର ହେବେ। ସନ୍ତାନଙ୍କୁ ପ୍ରତିଷ୍ଠିତ ସଂସ୍ଥାକୁ ପଢ଼ିବା ପାଇଁ ପଠାଇ ପାରନ୍ତି। ଗୃହିଣୀମାନଙ୍କ ଲାଗି ଦିନଟି ଆରାମଦାୟକ।
କୁମ୍ଭ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ବେପାରରେ ଆକସ୍ମିକ ଧନଲାଭର ଯୋଗ ଅଛି। ଚାକିରି ବଦଳାଇବା ପାଇଁ ଭଲ ଦିନଟିଏ। ବୈବାହିକ ଜୀବନରେ ସୁଖୀ ରହିବେ।
ମୀନ: ଚାକିରିରେ ଅତ୍ୟଧିକ ସଫଳତା ମିଳିପାରେ। ଆର୍ଥିକ ବିଷୟରେ ବନ୍ଧୁ ସହ କଥାବାର୍ତ୍ତା କରିପାରନ୍ତି। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।