ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।
ବୃଷ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ।
ମିଥୁନ: ପୂଜାପାଠରେ ସମୟ ବିତିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ପ୍ରିୟଜନଙ୍କର ସ୍ନେହ ଓ ସହଯୋଗ ପାଇବେ।
କର୍କଟ: ବ୍ୟବସାୟ କ୍ଷେତ୍ରରେ କେହି ସାହାଯ୍ୟ କରିବେ। ନିଜ ଦକ୍ଷତାର ପ୍ରମାଣ ଦେବା ଲାଗି ସୁଯୋଗ ପାଇବେ। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
ସିଂହ: ଜୀବନସାଥୀ ସହ କୋମଳ ସ୍ବରରେ କଥା ହୁଅନ୍ତୁ। ଆପଣଙ୍କ ସହ ଲୋକେ ସହମତ ହେବେ। ଜମି ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ରାଜନୀତିରେ ସଫଳତା ପାଇବେ।
କନ୍ୟା: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଅଫିସ କାମରେ ବାଧା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: ଉନ୍ନତିର ନୂଆ ସାଧନ ପାଇବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖି ପାରିବେ। ରାଜନେତାଙ୍କର ସାମାଜିକ ପ୍ରଭାବ ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ବିଛା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଅଧୁରା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବାର ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ସମ୍ପର୍କ ମଜଭୁତ ହେବ।
ମକର: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କାରବାରରେ ଉନ୍ନତି ହେବ। ପରିବାର ସହିତ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ।
କୁମ୍ଭ: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଏକାଠି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ।
ମୀନ: କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।