ମେଷ: ନୂଆ କାମ ଆରମ୍ଭ କରନ୍ତୁ, ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ।
ବୃଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନ ଦିଅନ୍ତୁ। ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ସୂଚନା ପାଇବେ।
ମିଥୁନ: ଅନ୍ଲାଇନ୍ରେ ଉପାର୍ଜନ ଲାଗି ସୁଯୋଗ ପାଇବେ। ରାଜନୀତିରେ ସଫଳତା ମିଳିବ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ।
କର୍କଟ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ସିଂହ: ଅଫିସରେ ପରିଶ୍ରମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ନିଜର ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବାରେ ସଫଳ ହେବେ।
କନ୍ୟା: ଅଫିସ କାମ ପୂରା କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। କାରବାରରେ ଧନଲାଭ ହେବ।
ତୁଳା: ଉନ୍ନତ ଦିଗରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦୂର ସ୍ଥାନକୁ ଯାଇପାରନ୍ତି। ଲୋକେ ଆପଣଙ୍କ ବ୍ୟକ୍ତିତ୍ବ ନେଇ ଖୁସି ହେବେ।
ବିଛା: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀ ସହ ସିନେମା ଦେଖିବେ।
ଧନୁ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନୈତିକ କର୍ମୀଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ମକର: କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।
କୁମ୍ଭ: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।
ମୀନ: ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ବଳରେ ତାହା ସଂପୂର୍ଣ୍ଣ କରିଦେବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଗହଣା କିଣିପାରନ୍ତି।