publive-imageମେଷ: ଅନ୍ୟ ଦିନ ଅପେକ୍ଷା ଅଫିସ କାମ ଭଲରେ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କର ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ। ‌

Advertisment

publive-imageବୃଷ: ଅଫିସରେ ଆପଣ ମତ ଦେବାର ସୁଯୋଗ ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ବଢ଼ିପାରେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଛାତ୍ର ପଢ଼ାରେ ମନ ଦିଅନ୍ତୁ। ‌

publive-imageମିଥୁନ: ଆପଣ କୌଣସି ନୂଆ କଥା ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ପରିଜନଙ୍କ ସହ ଭଲ ସଂପର୍କ ରହିବ। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।

publive-image

କର୍କଟ: କୌଣସି ମହତ୍ତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ସବମୁଖର ହେବ।

publive-imageସିଂହ: ପୂଜାପାଠରେ ସମୟ ବିତିବ। କାମରେ ଆପଣଙ୍କୁ ସଫଳତା ମିଳିବ। ବେପାରର ପରିସର ବଢ଼ିପାରେ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

publive-imageକନ୍ୟା: ବିବାଦ ଠାରୁ ଦୂରରେ ରୁହନ୍ତୁ। କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ପୁଞ୍ଜି ନିବେଶ ସମ୍ବନ୍ଧରେ ନୂଆ ପରାମର୍ଶ ମି​ଳିବ।

publive-imageତୁଳା: ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

publive-imageବିଛା: ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ଭାଇ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ତାଳମେଳ ବଜାୟ ରହିବ।

publive-imageଧନୁ: ନିଖୁଣ ଭାବରେ କାମ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାର ନେଇ ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image
ମକର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ‌ବନ୍ଧୁବର୍ଗର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳ ରହିବ।

publive-image

କୁମ୍ଭ: ଅଫିସରେ ଅଧିକ କାମ କରିବା ଯୋଗୁଁ ଘରେ ବିଳମ୍ବରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କୁ ଉପାର୍ଜନର ସୁଯୋଗ ମିଳିବ।
publive-image

ମୀନ: ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ଅଛି। ଜୀବନସାଥୀ କାମରେ ଆପଣଙ୍କୁ ସାହାଯ୍ୟ କରିବେ।