ମେଷ: ଆପଣ ସଂପୂର୍ଣ୍ଣ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ।
ବୃଷ: ଅଫିସରେ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ସୋସିଆଲ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନ ଛାତ୍ରଙ୍କର ପାଠରେ ଯଥେଷ୍ଟ ଉତ୍ସାହ ଆସିବ।
ମିଥୁନ: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେ ନାହିଁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।
କର୍କଟ: ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ। ବ୍ୟବସାୟରେ ଲାଭଦାୟକ ସଉଦା କରିବେ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଚିନ୍ତା କରିବେ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।
କନ୍ୟା: କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଉଚିତ। ଆୟ ବ୍ୟୟରେ ସମନ୍ବୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେଇପାରନ୍ତି।
ତୁଳା: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। କାହାରି ଠାରୁ ଧାର ନେଇ ଥିଲେ ପରିଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ଆତ୍ମସନ୍ତୋଷ ବଢ଼ିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।
ବିଛା: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ କାମ ସୁରୁଖୁରୁରେ ଚାଲିବ। ପ୍ରେମୀଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ।
ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଫଳପ୍ରଦ। ପରିବାର ଲୋକଙ୍କ ସହିତ ଆବେଗ ଯୋଡ଼ି ରଖନ୍ତୁ। ପାଠପଢ଼ାରେ ବିଷୟକୁ ଭଲଭାବେ ବୁଝିବେ। ଖାଦ୍ୟ ପାନୀୟ ନେଇ ସଜାଗ ରହନ୍ତୁ।
ମକର: କାମ କରିବା ପାଇଁ ଉତ୍ସାହ ବଢ଼ିବ। ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟ ବନ୍ଧୁ ସହ କଥା ହୋଇ ଭଲ ଲାଗିବ।
କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସୁଷମ ଖାଦ୍ୟ ଭୋଜନ କରନ୍ତୁ।
ମୀନ: ଜୀବନକୁ ଭଲ ଢଙ୍ଗରେ ଜିଇବାକୁ ଚେଷ୍ଟା କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ।