ମେଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ପୂରି ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀର ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ।
ବୃଷ: ସଠିକ୍ ଯୋଜନା କ୍ୟାରିଅରରେ ପରିବର୍ତ୍ତନ ଆଣିବ। ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟାଙ୍କ ବାଲାନ୍ସ ବଢ଼ିବ।
ମିଥୁନ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା ବିଷୟରେ କହିବେ। ଗ୍ରାଫିକ ଡିଜାଇନର୍ଙ୍କ ଲାଗି ଦିନଟି ଲାଭଦାୟକ ରହିବ।
କର୍କଟ: ବାପାମାଆଙ୍କ ସହ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।
ସିଂହ: ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନର ଯୋଜନା କରିବେ।
କନ୍ୟା: ଭଲ ଖବର ପାଇବେ। ଜୀବନସାଥୀର ସହଯୋଗ ମିଳିବ। ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ।
ତୁଳା: ପାରିବାରିକ ଜୀବନ ସୁଖଦାୟକ ହେବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ।
ବିଛା: କ୍ୟାରିଅରରେ ଭଲ ପରିଣାମ ମିଳିବାର ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ଧନୁ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଧନ ବୃଦ୍ଧି ହେବାର ସମ୍ଭାବନା ଅଛି। ଦୀର୍ଘ ଦିନର ଘରୋଇ ସମସ୍ୟାର ସମାଧାନ ବାହାରିବ। ବନ୍ଧୁ ଠାରୁ ଭଲ ଖବର ପାଇବେ।
ମକର: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।
କୁମ୍ଭ: କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ମାମଲାରେ ଆପଣଙ୍କ ଠାରୁ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ।
ମୀନ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନ କରିବା ଭଲ। ଧନ୍ଦାମୂଳକ ଶିକ୍ଷାଲାଭ କରୁଥିବା ଛାତ୍ର ନୂଆ ଦକ୍ଷତା ହାସଲ କରିବେ।