publive-imageମେଷ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି। ଅଫିସରେ ବାକିଥିବା କାମ ପୂରା କରିବାରେ ସଫଳ ରହିବେ। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି।

Advertisment

publive-imageବୃଷ: ବେପାରରେ ପରିବାରର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ନିଜର ବ୍ୟବହାର ସଂଯମ ରଖନ୍ତୁ। ପିଲାଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

publive-imageମିଥୁନ: ଘର ଏବଂ ଅଫିସ ଦୁନିଆରୁ ବାହାରି ପ୍ରକୃତିର ଆନନ୍ଦ ନିଅନ୍ତୁ। ଆତ୍ମବିଶ୍ବାସ ସଫଳତାର ତାଲା ଖୋଲିବ। ନିଜ ପିଲାର ଉନ୍ନତି ଦେଖି ଗର୍ବ ଅନୁଭବ କରିବେ।

publive-image

କର୍କଟ: ଆପଣ ପ୍ରସ୍ତୁତ କରିଥିବା ଯୋଜନାରେ କିଛି ପରିବର୍ତ୍ତନ ହୋଇପାରେ। ଆର୍ଥିକ ଲାଭ ହେବା ଯୋଗୁଁ କରଜ ପରିଶୋଧ କରିବେ। ପରିବାର ଲୋକଙ୍କ ସହିତ କୌଣସି ବନ୍ଧୁ ଘରକୁ ଯାଇପାରନ୍ତି।

publive-imageସିଂହ: ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ। ଅଚାନକ ପୁରୁଣା ବନ୍ଧୁର ଫୋନ ଆସିବ।

publive-imageକନ୍ୟା: ଆପଣ କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ବାପାଙ୍କର ସହଯୋଗ ମିଳିବା ଯୋଗୁଁ କାମ ସହଜ ହେବ। ପ୍ରେମିକ ସହିତ ବିବାହ ସ୍ଥିର ହୋଇପାରେ।

publive-imageତୁଳା: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଅଧୁରା କାମ ପୂରା କରିପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

publive-imageବିଛା: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

publive-imageଧନୁ: କୌଣସି ଶୁଭକାର୍ଯ୍ୟ କରିବେ। ଭାଗୀଦାରି ବେପାରରେ ଲାଭ ପାଇବେ। ସନ୍ତାନର କ୍ୟାରିଅରକୁ ନେଇ ମନରେ ଚିନ୍ତା ରହିବ। ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ।

publive-image
ମକର: ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ହାସଲ କରିବା ଲାଗି ସାହାଯ୍ୟ ପାଇବେ।

publive-image

କୁମ୍ଭ: ଆତ୍ମସମୀକ୍ଷା ଓ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତି ପାଇଁ ଭଲ ଦିନଟିଏ। ବେପାରରେ ଯଥେଷ୍ଟ ଲାଭ ପାଇବେ। ନିଜ ଦାୟିତ୍ବ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଅନ୍ୟମାନଙ୍କ ସହିତ ଖୋଲା ମନରେ କଥା ହେବେ।
publive-image

ମୀନ: ବ୍ୟବସାୟରେ ଦି’ଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଜୀବନସାଥୀର ପ୍ରେମ ଓ ସହଯୋଗ ପାଇବେ। ପୂରା ସାବଧାନତାର ସହ ନିଜର କାମ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଖୁବ୍ ଭଲ ରହିବ।