ମେଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଆଗକୁ ବଢ଼ାଇବେ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ।
ବୃଷ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। ନୂଆ ସୁଯୋଗ ଓ କାମ ପାଇବେ। ଘର ଲୋକଙ୍କ ସହଯୋଗ ମିଳିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ସତ୍ତ୍ବେ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ରାଜନୈତିକ ପରିସର ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
କର୍କଟ: ବେପାରରେ ପ୍ରଗତି ହେବାର ସମ୍ଭାବନା ଅଧିକ। ଆମଦାନି ବଢ଼ାଇବାରେ ସଫଳ ହେବେ। ସାମାଜିକ ମିଳାମିଶା ବଢ଼ିବ। ଘରର ପରିବେଶ ଶାନ୍ତ ରହିବ।
ସିଂହ: ଧର୍ମକାର୍ଯ୍ୟରେ ଆସ୍ଥା ରହିବ। ସରକାରୀ କାମରେ ଲାଭର ସମ୍ଭାବନା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ କାମ କରିବାର ଅବସର ମିଳିବ।
କନ୍ୟା: ବନ୍ଧୁବର୍ଗଙ୍କର ସହଯୋଗ ପାଇବେ। ସୁଖ ସୁବିଧା ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ। ଆପଣ କୌଣସି ବଡ଼ କାମ କରିବା ପାଇଁ ସ୍ଥିର କରିବେ।
ତୁଳା: ଅସହାୟଙ୍କୁ ସାହାଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ ଅନାବଶ୍ୟକ ତର୍କବିତର୍କ କରନ୍ତୁ ନାହିଁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।
ବିଛା: ପରିବାର ଲୋକଙ୍କ ସହିତ ତାଳମେଳ ରଖି ଚଳିବେ। ବେପାରୀଙ୍କ ଲାଗି ଲାଭର ସ୍ଥିତି ସୃଷ୍ଟି ହେବ। ଟ୍ରାଫିକ ନିୟମ ମାନି ଯାନ ଚଳାନ୍ତୁ।
ଧନୁ: ଆପଣଙ୍କୁ ସ୍ବଜନଙ୍କ ସମର୍ଥନ ମିଳିବ। ଚାକିରିରେ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ମନ ପସନ୍ଦ କ୍ଷେତ୍ରରେ ଆଗକୁ ବଢ଼ିବାର ଉଦ୍ୟମ କରିବେ।
ମକର: ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ପ୍ରକଳ୍ପର ଦାୟିତ୍ବ ମିଳିପାରେ। ନିଜର ସହଯୋଗୀଙ୍କର ସମର୍ଥନ ପାଇବେ। ନୂଆ ଯୋଜନାରୁ ଆର୍ଥିକ ଲାଭର ସମ୍ଭାବନା ବଢ଼ିବ।
କୁମ୍ଭ: କୌଣସି ରଚନା ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କୁ ଆଶ୍ବସ୍ତି ମିଳିବ। ବ୍ୟବସାୟ କ୍ଷେତ୍ରରେ ଦିନଟି ଭଲ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।
ମୀନ: ପରିବାର ସହ ଖୁସିରେ ଦିନ କାଟିବେ। କୌଣସି କଥାକୁ ନେଇ ଭୁଲ୍ ବୁଝାମଣା ହେବ। କ୍ରୀଡ଼ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।