ମେଷ: ପାରିବାରିକ ସମସ୍ୟା ଆପେଆପେ ଦୂର ହୋଇଯିବ। ଜୀବନସାଥୀ ସହିତ ବୁଝାମଣା ବଢ଼ିବ। ରାଜନୈତିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ବ ମିଳିବ।
ବୃଷ: ବେପାରୀଙ୍କ ଲାଗି ଦିନଟି ଶୁଭ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
ମିଥୁନ: ଦିନଟି ଆନନ୍ଦମୟ ରହିବ। ଖାଦ୍ୟ ଓ ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ କରିବେ। ବେପାରୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କୁ ରୋଜଗାରର ଉଚିତ ଅବସର ମିଳିପାରେ।
କର୍କଟ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। କିଛି ଲୋକ ଭୁଲ୍ ବାଟରେ ନେବାକୁ ଚେଷ୍ଟା କରିବେ।
ସିଂହ: ଆପଣଙ୍କର ସୃଜନଶୀଳ ପ୍ରବୃତ୍ତି କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଆଣିଦେବ। ବୁଦ୍ଧି ବିବେକ ଦ୍ବାରା ଆର୍ଥିକ ସମସ୍ୟାର ସମାଧାନ କରିନେବେ। ପୁରୁଣା ଜମି କିଣାବିକାରେ ଲାଭ ହେବ।
କନ୍ୟା: ନୂଆ ବିଚାର ସହିତ କାମ ଆରମ୍ଭ କରିବେ। ଜମି କିଣିବା କଥା ଭାବୁଥିଲେ ବାପା ମାଆଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ସତେଜତା ଭରିବା ପାଇଁ ଦିନଟି ବହୁତ ଭଲ।
ତୁଳା: ପରିବାର ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବେ। ରାଜନେତାଙ୍କର ସମାଜରେ ପ୍ରଭାବ ବଢ଼ିବ। ବ୍ୟବସାୟରେ ଦିଗୁଣା ଲାଭ ମିଳିବା ଯୋଗ ରହିଛି।
ବିଛା: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଅଫିସରେ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ମିଳିବ।
ଧନୁ: ଅର୍ଥ ବିଭାଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ଭ୍ରମଣର ଆନନ୍ଦ ନେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀ ପରିଶ୍ରମ କରନ୍ତୁ, ଶ୍ରେଷ୍ଠ ପରିଣାମ ପାଇପାରିବେ।
ମକର: ଦିନଟି ଆପଣଙ୍କ ସପକ୍ଷରେ ରହିବ। ବେପାରରେ ଧନଲାଭର ଅବସର ପାଇବେ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଅର୍ଥ ଦିଆନିଆ ସମୟରେ ସାବଧାନ ରହନ୍ତୁ।
କୁମ୍ଭ: ପରିବାରର ପୂରା ସହଯୋଗ ପାଇବେ। କୌଣସି ବନ୍ଧୁ ଘରକୁ ଆସି ପାରନ୍ତି। ଚାକିରିଆଙ୍କର ମନପସନ୍ଦ ଅଞ୍ଚଳକୁ ବଦଳି ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।
ମୀନ: ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିବ। ପେସାଦାର ଇଂଜିନିଅର୍ଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବାକୁ ପଡ଼ିପାରେ।