ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ମନ ସ୍ବଚ୍ଛ ରହିବ। ଘ‌ରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ବୃଷ:-ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ବଜାୟ ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ମିଥୁନ:-ଆପଣ କୌଣସି ପ୍ରକାର ଯାତ୍ରାରେ ଯାଇପାରନ୍ତି। କୌଣସି ବଡ଼ ଡ଼ିଲ୍ ଫାଇନାଲ ହେବ। ଯାହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

କର୍କଟ:-କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ବ୍ୟର୍ଥ ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍ସ କମ୍ ହେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।

ସିଂହ:-ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧର୍ମକାର୍ଯ୍ୟ କରିପାରନ୍ତି।

କନ୍ୟା:-ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ। ଚାକିରିରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

ତୁଳା:-ଅଫିସରେ ଆପଣଙ୍କର କଠିନ ପରିଶ୍ରମ ଦେଖି କତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।

ବିଛା:-ଜମି ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ। ବ୍ୟର୍ଥ କଥାରେ ତର୍କ କରନ୍ତୁ ନାହିଁ। ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକ ପ୍ରିୟତା ବଢ଼ିବ।

ଧନୁ:-ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ମକର:-ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ। ବ୍ୟବସାୟରେ ବର୍ତ୍ତମାନ ବ୍ୟବସ୍ଥା ଉଚିତ ବନାଇ ରଖିବେ। କାହାରି ସିହିତ ମିଶିବା ପାଇଁ ଦିନଟି ଭଲ।

କୁମ୍ଭ:-ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଆପଣ ପ୍ରୟାସ ଜାରି ରଖିବେ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

ମୀନ:-ଆପଣଙ୍କ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। କ୍ରୀଡ଼ାକ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ଆପଣଙ୍କ ପିଲାଙ୍କୁ ଉପହାର ଦେବେ।

ସମ୍ବନ୍ଧିତ ଖବର