ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ। ବେପାରରେ ଲାଭ ହେବ।

ବୃଷ:-ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁ ଦିନରୁ ସଂନ୍ଧାନରେ ଥିଲେ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଅନ୍ତରଙ୍ଗ ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।

ମିଥୁନ:-ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ପ୍ରାପ୍ତି ହେବ। ଅର୍ଡ଼ର ସପ୍ଲାଇଙ୍କର ଉନ୍ନତି ହେବ। କୋର୍ଟ କଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କର୍କଟ:-ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ସିଂହ:-ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଦିନଟି ଭଲ।

କନ୍ୟା:-ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ତୁଳା:-ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ସହ ବିଶେଷ ବିଷୟରେ କଥା ହେବେ। କୌଣସି ବାଦ ବିବାଦକୁ ପଶନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ଅଛି।

ବିଛା:-ଆପଣଙ୍କ ମନ ଆଧ୍ୟାତ୍ମିକ ପ୍ରତି ଅଧିକ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବେ। କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ।

ଧନୁ:-ଚାକିରି ବିଷୟରେ ଆପଣ ଅଧିକ ବ୍ୟବହାରିକ ରହିବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ମକର:-କୌଣସି କାମ କରିବା ପୂର୍ବରୁ ଜୀବନସାଥୀ ସହ ପରାମର୍ଶ କରିନିଅନ୍ତୁ ଭଲ ହେବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।

କୁମ୍ଭ:-ମନୋବଳ ସ୍ତର ଭଲ ରହିବ। ବେପାର ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିବ। ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ମୀନ:-ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଭୂସଂପତ୍ତି କିଣିବା ଯୋଗ ଅଛି। ପିଲାମାନଙ୍କ ଠାରୁ ଶୁଭ ଖବର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର