ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଦିନଟି ସକାରାତ୍ମକ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ।

ବୃଷ:-ଆୟ ବଢ଼ିବ। ନୂଅ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ।

ମିଥୁନ:-ଆପଣ ସମସ୍ତଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ସରକାରୀ ଚାକିରିଆ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ।

କର୍କଟ:-ବ୍ୟବସାୟୀଙ୍କୁ ଲାଭ ମିଳିବ। ଆର୍ଥିକ ଦୃଷ୍ଟିରୁ ନୂଆ ଅବସରର ଯୋଗ ଅଛି। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ।

ସିଂହ:-ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କନ୍ୟା:-କୌଣସି ଖୁସି ଖବର ପାଇବେ। ଆପଣ ବଡ଼ଙ୍କ ଠାରୁ ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ତୁଳା:-ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। କୌଣସି କ୍ଷେତ୍ରରେ ନିବେଶର ଆପଣଙ୍କୁ ଲାଭ ହେବ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା:-ଭଲ ଲାଭର ଯୋଗ ଅଛି। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ଅଛି। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ସନ୍ତାନ ସୁଖର ପ୍ରାପ୍ତି ଯୋଗ ରହିଛି। ପ୍ରେମ ଜୀବନ ଭଲ ରହିବ।

ଧନୁ:-କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ଡ଼ାକରା ଆସିପାରେ। ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ।

ମକର:-ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ସରକାରୀ ଚାକିରିଆ ସକାରାତ୍ମକ ପରିବେଶରେ କାମ କରିବେ। ଯାନ ସାବଧାନତାର ସହ ଚଳାନ୍ତୁ।

କୁମ୍ଭ:-ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ। ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଲୋକଙ୍କୁ ଭଲ ଅବସର ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମୀନ:-ଚାକିରି କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ନିଜର ବଡ଼ଙ୍କ ଠାରୁ ଆପଣଙ୍କୁ ଆଶୀର୍ବାଦ ମିଳିବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ଅଛି।

ସମ୍ବନ୍ଧିତ ଖବର