ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଧର୍ମ ଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ। ପରିବାର ଲୋକଙ୍କର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ନୂଆ କାମ ପ୍ରାରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।

ବୃଷ:-ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ। କୌଣସି ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ କୌଣସି କାମ ପାଇଁ ପ୍ରଶଂସା କରିବେ।

ମିଥୁନ:-ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ମନ ବନାଇବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।

କର୍କଟ:-ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ:-କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଆପଣଙ୍କ ଠାରୁ ସହକର୍ମୀ ଫୋନରେ ମତ ନେବେ। ନୂଆ ଦୁଇ ଚକିଆ ଯାନ କିଣିବା ଲାଗି ଦିନଟି ଶୁଭ।

କନ୍ୟା:-ଆର୍ଥିକ ଲାଭର ଅବସର ପାଇବେ। କୌଣସି ବନ୍ଧୁ ଆପଣଙ୍କୁ ସହଯୋଗ କରିବା ପାଇଁ କହିବେ। କୌଣସି କାମରେ ଭଲ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।

 ତୁଳା:-ଛୋଟ ଛୋଟ କଥାରେ ରାଗିଲେ କିଛି ଲୋକ ବିରୋଧ କରିବେ। ନିବେଶ ମାମଲାରେ କୌଣସି ନୂଆ ପରାମର୍ଶ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ପାଇଁ ଘର ଲୋକଙ୍କୁ କହିବେ।

ବିଛା:-ଦାମ୍ପତ୍ୟ ଜୀବନରେ ମଜଭୁତ ଆସିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ଧନୁ:-ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ। ଜମି ବେପାରୀଙ୍କୁ ଲାଭ ହେବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

ମକର:-ସମ୍ବନ୍ଧରେରେ ମିଷ୍ଟତା ଆସିବ। ନୂଆ କାମ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ।

କୁମ୍ଭ:-ଆପଣ କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ବନ୍ଧୁର ମତ ନେବେ। ଆପଣଙ୍କ କଥାରେ ପରିବାର ଲୋକ ସହମତ ହେବେ। ବେପାରରେ ଉନ୍ନତିର ଯୋଗ ଅଛି।

ମୀନ:-ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ମାମୁଁ ଘରୁ କୌଣସି ଭଲ ଖବର ପାଇବେ। କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦନିଅନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର