ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ଆଶା ପୂରଣ ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ: ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ସ୍ବଭାବରେ ଟିକେ ବିରକ୍ତି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

ମିଥୁନ: ନୂଆ କାମରେ ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ସାମାଜିକ ପରିସର ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

କର୍କଟ: ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ ଯେଉଁମାନେ ଆପଣଙ୍କୁ ପ୍ରୋତ୍ସାହିତ କରନ୍ତି। ଅଫିସ୍‌ରେ ଅଧିକ ସମୟ ପରିଶ୍ରମ କଲେ ବାକିଥିବା କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

ସିଂହ: ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ପୂଜାପାଠରେ ସମୟ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରେମି ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ବେପାରରେ ଲାଭ ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

ଧନୁ: ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଘରକୁ କୌଣସି ନୂଆ ବନ୍ଧୁର ଆଗମନ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: ପରୋପକାର କାର୍ଯ୍ୟରେ ସମୟ ଦେବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

ସମ୍ବନ୍ଧିତ ଖବର