ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଏ ସପ୍ତାହ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। କୌଣସି ବଡ଼ ଡିଲ୍ କରିପାରନ୍ତି। ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ପାରିବାରିକ ଜୀବନରେ ସୁଖସୁବିଧା ବୃଦ୍ଧି। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ପୂର୍ବଭଳି ଭଲ ହେବ। ସନ୍ତାନର କୌଣସି ବିଶେଷ କାର୍ଯ୍ୟ ପୂରା କରିବା ପାଇଁ ଧନ ଖର୍ଚ୍ଚ କରିବେ। ପ୍ରିୟବନ୍ଧୁ ସହିତ ରମଣୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀ ନିଜ ନିଜର ଯୋଗ୍ୟତା ଅନୁସାରେ ଫଳ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଜାଗ୍ରତ ରହନ୍ତୁ।

ବୃଷ: ଏ ସପ୍ତାହ ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ। ଜମି କାରବାରରେ ନିବେଶ ଲାଗି ବାପା ଓ ପଡ଼ୋଶୀଙ୍କ ସହଯୋଗ ପାଇବେ। ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଦରମା ବୃଦ୍ଧି ବା ପଦୋନ୍ନତି ମିଳିବ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ପରିବାରରେ ଖୁସିର ବାତାବରଣ ରହିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ଲାଗି ସୁନ୍ଦର ପ୍ରସ୍ତାବ ଆସିପାରେ। ପ୍ରେମିକ ପ୍ରେମିକା ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଛାତ୍ରଛାତ୍ରୀ ସାକ୍ଷାତକାରରେ ସଫଳତା ହାସଲ କରିବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

ମିଥୁନ: ବୈଦଶିକ ବେପାର ବଣିଜରେ ସଫଳତା ଓ ଲାଭ ପାଇବେ। ପରିଶ୍ରମୀ ଲୋକ ଦୁଃସାହସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ଚାକିରିଜୀବୀଙ୍କ ଲାଗି ସମୟ ଅନକୂଳ। କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କିଛି ଆଶା ପୂରଣ ପାଇଁ ଲଗାତାର ପ୍ରୟାସରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ସାନ ଭାଇଙ୍କୁ ସାହାଯ୍ୟ କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଏକାଗ୍ରତା ବଜାୟ ରଖନ୍ତୁ। ସ୍ବାସ୍ଥ୍ୟ ବେଶ୍ ଭଲ ରହିବ।

କର୍କଟ: ପ୍ରଭାବଶାଳୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦି’ଗୁଣା କରିଦେବ। ପ୍ରତିଟି କାମ ବିନା ବାଧାବିଘ୍ନରେ ସଂପନ୍ନ ହେବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ମହିଳାଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଚାକିରିରେ ଥିବା ବ୍ୟକ୍ତି ନୂଆ କାମର ଅନ୍ବେଷଣ କରିବେ। ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି। ଘରର ପରିବେଶ ଶାନ୍ତିମୟ ରହିବ। ପ୍ରେମ ଜୀବନରେ ଆପଣଙ୍କୁ ଖୁବ୍ ଆନନ୍ଦ ମିଳିବ। ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ କିଛି ଚିନ୍ତା ରହିପାରେ।

ସିଂହ: ଆପଣ ନିଜର ଲକ୍ଷ୍ୟ ପ୍ରାପ୍ତ ଦିଗରେ ଅଗ୍ରସର ହେବେ। ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ବେପାରରେ ନୂଆ ଚୁକ୍ତିପତ୍ର କରିବେ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ରାଜନୀତି କରୁଥିବା ବ୍ୟକ୍ତିମାନଙ୍କର ମନ ଅସ୍ଥିର ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଗୃହ ସଂପତ୍ତି କିଣିବା ଲାଗି ସୁନ୍ଦର ଯୋଗ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସାଥୀ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। ଛାତ୍ରଛାତ୍ରୀଙ୍କର ମନ ବିଦେଶରେ ଯାଇ ଅଧ୍ୟୟନ ପାଇଁ ଇଚ୍ଛା ପ୍ରବଳ ହେବ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟନ୍ତୁ, ସ୍ବାସ୍ଥ୍ୟରେ ଲାଭ ହେବ।

କନ୍ୟା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ବେପାର ଉଦ୍ୟୋଗରେ ଉନ୍ନତି ଯୋଗ ରହିଛି। ଚାକିରିଜୀବୀଙ୍କର ଅଧିକାର ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କର ଆଶା ପୂରଣ ହେବ। ଧାର୍ମିକ କ୍ଷେତ୍ରରେ ଧନ ଖର୍ଚ୍ଚ କରିବେ। ନେତାଙ୍କର କାର୍ଯ୍ୟଭାର ବଢ଼ିବା ସତ୍ତ୍ବେ ମନୋଭାବ ଶାନ୍ତ ରହିବ। ବିରୋଧୀ ପକ୍ଷ ଅଗୋଚରରେ ଆପଣଙ୍କର ଗୁଣଗାନ କରିବେ। ପରିବାରରେ ଢେର୍‌ସାରା ଖୁସି ଆସିବ। ପିଲାମାନଙ୍କର ପାଠପଢ଼ା ସଂପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନକୂଳ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ବ୍ୟବସାୟରେ ଲାଭ ପାଇବେ। ଅର୍ଥ ନେଣେଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ଅଧିକ ବୟସର ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରେମ ବ୍ୟାପାର ଲାଗି ସମୟ ଭଲ। ପ୍ରିୟଜନର ଭାବନାଙ୍କୁ ବୁଝିବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।

ବିଛା: ସପ୍ତାହଟି ସବୁ ଦୃଷ୍ଟିରୁ ଭଲ। ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। ନିଜର ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ଓ ଜମି କାରବାରରୁ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ସମୟ ଶୁଭକାରୀ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଆପଣ କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ପରିବାରରେ ଏକତା ଓ ଖୁସି ବଢ଼ିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସାଥୀ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ।

ଧନୁ: ଏ ସପ୍ତାହ ଆପଣଙ୍କ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। କୌଣସି ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ବେପାର ବଣିଜରେ ଆଶାଠୁ ଅଧିକ ଲାଭ ପାଇବେ। ଅଫିସ୍‌ରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ। ନୂଆ ଚାକିରି ପାଇଁ ସୁଯୋଗ ଆସିପାରେ। ନେତା କୌଣସି କଥାକୁ ନେଇ ବହୁତ ଭାବିବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ଦାମ୍ପତ୍ୟ ସମ୍ବନ୍ଧ ପୂର୍ଣ୍ଣ ରୂପେ ମଧୁର ହେବ। ସନ୍ତାନ ପ୍ରସଙ୍ଗରେ ଚିନ୍ତା ଦୂର ହେବ। ଆପଣଙ୍କ ପ୍ରେମ ଜୀବନରେ କୌଣସି ବାଧା ଆସିବ ନାହିଁ। ଛାତ୍ରଛାତ୍ରୀ କୌଣସି ଅନ୍‌ଲାଇନ୍‌ ପାଠ୍ୟକ୍ରମ ପାଇଁ ଆବେଦନ କରି ପାରନ୍ତି। ସ୍ବାସ୍ଥ୍ୟ ଖୁବ୍ ଭଲ ରହିବ।


ମକର: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ସମୟ। ବେପାରରେ ନୂଆ କାମ ଶୁଭାରମ୍ଭ କରିବେ। ସପ୍ଟୱେର ଇଂଜିନିୟରଙ୍କ ଲାଗି ସମୟ ଭଲ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଖେଳ ଜଗତ ସହ ଯୋଡ଼ି ରହିଥିବା ଲୋକ ଅଧିକ ସମୟ ଅଭ୍ୟାସ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳର କୌଣସି ଦାୟିତ୍ବ ଗ୍ରହଣ କରିବେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ସପରିବାର କୌଣସି ଧାର୍ମିକ ସତ୍‌ସଙ୍ଗକୁ ଯିବେ। ଆପଣଙ୍କ ସନ୍ତାନ ବଂଶର ମାନ ବୃଦ୍ଧି କରାଇବ। ପ୍ରେମ ଆଳାପ ପାଇଁ ସମୟ ଭଲ। ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀ ବଢ଼ିବା ଲେଖିବା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।

କୁମ୍ଭ: ନକାରାତ୍ମକ ଚିନ୍ତା ମନରୁ ବାହାର କରିଦେଇ ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ, ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ପୁଞ୍ଜି ବଜାରରେ ନିବେଶ ଲାଗି ସମୟ ବହୁତ ଭଲ। ଅଫିସ୍‌ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ। ରାଜନୈତିକ ପରିସର ବଢ଼ିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ବାହାର କରିନେବେ। ପାରିବାରିକ ଭାଗବଣ୍ଟାକୁ ନେଇ କିଛି ବିବାଦ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ଲାଭ ହେବ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ସଂଯମ ଓ ଯୋଗାସନ କରନ୍ତୁ ଭଲ ସ୍ବାସ୍ଥ୍ୟ ହାସଲ କରିବେ।

ମୀନ: ବ୍ୟବସାୟୀଙ୍କ ଲାଗି ସପ୍ତାହଟି ବହୁତ ଭଲ। ବଜାରରେ ବାକି ପଡ଼ିଥିବା ଟଙ୍କାପଇସା ପାଇବେ। ଭଲ ଜାଗାରେ ନିବେଶ କରିପାରନ୍ତି। ଚାକିରିଜୀବୀଙ୍କ ଲାଗି ସମୟ ଅନୁକୂଳ। ସହଯୋଗୀ ଓ ଅଧିକାରୀଙ୍କୁ ପ୍ରଭାବିତ କରି ପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆହ୍ବାନର ପଛଘୁଞ୍ଚା ଦେବେ ନାହିଁ। ବୈବାହିକ ଜୀବନକୁ ପ୍ରୀତିମୟ ବନାଇ ରଖିବା ପାଇଁ ଜୀବନସାଥୀର ଭାବନାକୁ ଆଦର କରନ୍ତୁ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରିୟବନ୍ଧୁ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବା ଯୋଗ ରହିଛି। ଖାଦ୍ୟ ପାନୀୟ ଓ ଜୀବନ ଶୈଳୀ ସୁଧାରିବା ଆପଣଙ୍କ ଲାଗି ଲାଭଦାୟକ ହେବ।

ସମ୍ବନ୍ଧିତ ଖବର