ମେଷ: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ମିଥୁନ: ଇଂଜିନିୟର ନିଜ ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ ଏବଂ ଆର୍ଥିକ ସ୍ଥିତି ସୁଧୁରିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦଦାୟକ ରହିବ।
କର୍କଟ: କୌଣସି କାମ କରିବା ପୂର୍ବରୁ ବିଚାର କରି ନିଅନ୍ତୁ ଭଲ ହେବ। ପରିବାର ଲୋକଙ୍କ ସହଯୋଗରେ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।
ସିଂହ: ବନ୍ଧୁ ସହଯୋଗରେ ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ। ପ୍ରେମରେ ସଫଳତା ପାଇବେ।
କନ୍ୟା: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଭାବେ ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ। ଆପଣଙ୍କ ସହ ସବୁ କିଛି ଭଲ ହେବ।
ତୁଳା: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରେ ଖୁସିର ଆଗମନ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ।
ବିଛା: ନୂଆ କାମ ଆରମ୍ଭ କରନ୍ତୁ ଭାଗ୍ୟର ସହଯୋଗ ପାଇପାରିବେ। ଅଫିସ୍ରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ଧନୁ: ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଚାକିରି ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ।
ମକର: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। ପରିବାରରେ ଖୁସିର ମହୋଲ ରହିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ତିଆରି ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ।
କୁମ୍ଭ: ପରିବାରରେ କୌଣସି ଲୋକଙ୍କ ସହ କଳହ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିକଟ ସଂପର୍କୀୟଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ଲାଗି ରହିଥିବା ଅବରୋଧ ଦୂର ହୋଇଯିବ।