ମେଷ: ସବୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ପାଖ ଲୋକ ଧୋକା ଦେବାକୁ ଚେଷ୍ଟା କରିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। କାହାରିକୁ ଧାର ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଭଲ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ପାରେ। ଜୀବନରେ କିଛି ଭଲ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ଧାର୍ ଦେଇଥିବା ଅର୍ଥ ଅଚାନକ ଫେରସ୍ତ ପାଇବେ।
ମିଥୁନ: କ୍ୟାରିୟରକୁ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ଭାଇ ଭଉଣୀର ପୂରା ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ସକାରାତ୍ମକତା ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।
କର୍କଟ: ଆପଣଙ୍କର ଧ୍ୟାନ କାର୍ଯ୍ୟକୁ ପୂରା କରିବାରେ ଲାଗି ରହିବ। ବଡ଼ କାମ ସନ୍ତାନର ସାହାଯ୍ୟରେ ପୂରା ହୋଇଯିବ। ଅଫିସ୍ରେ କୌଣସି କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ।
ସିଂହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତି କରିବାରେ ସହାୟତା କରିପାରେ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
କନ୍ୟା: କାରବାର ବଢ଼ାଇବା ଲାଗି କୌଣସି ବ୍ୟକ୍ତିଙ୍କଠାରୁ ଭଲ ପରାମର୍ଶ ପାଇବେ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବ।
ତୁଳା: କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ।
ବିଛା: ଭାଗ୍ୟର ସହଯୋଗ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କୁ ଲାଭ ହେବ। କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ଆଜି ସଂପୂର୍ଣ୍ଣ ହେବ।
ଧନୁ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। କାର୍ଯ୍ୟ କ୍ଷେତ୍ରରେ ଅଚାନକ ଭାର ବଢ଼ିବ। ଅଶାନ୍ତ ନହୋଇ ଧୈର୍ଯ୍ୟଧରି ରହନ୍ତୁ। ଦିନସାରା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କ୍ଳାନ୍ତ ଅନୁଭବ କରିପାରନ୍ତି।
ମକର: ବେପାରରେ ଭାଗୀଦାରି ମାଧ୍ୟମରେ ଲାଭ ହୋଇପାରେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜିନିଷକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ। ଜୀବନସାଥୀର ପୂରା ସହଯୋଗ ପାଇବେ।
କୁମ୍ଭ: ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ହେବେ। ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କୁ ଧନଲାଭ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।
ମୀନ: କୌଣସି ଦାୟିତ୍ବ ଅଣଦେଖା କରନ୍ତୁ ନାହିଁ। ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଅଫିସ୍ରେ କୌଣସି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।