ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଅଫିସ୍‌ରେ କାର୍ଯ୍ୟଭାର ଅଧିକ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହାଦ୍ବାରା ଆପଣଙ୍କୁ ଲାଭ ହେବ।

ମିଥୁନ: ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ଅର୍ଥ ସଂପର୍କିତ କିଛି କାମରେ ଆପଣ ସାବଧାନ ରହନ୍ତୁ। ଜରୁରୀ କାମ ଉପରେ ବିଚାର କରିବାର ମଉକା ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କର୍କଟ: ଦିନଟି ଜୀବନରେ ଏକ ନୂଆ ଦିଶା ନେଇ ଆସିବ। ଅନ୍ୟ ଜିଲ୍ଲାରେ ବେପାର କରିପାରନ୍ତି। ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ଅଫିସ୍‌ରେ କୌଣସି ଅଧିବେଶନର ଭାଗ ନେବେ।

ସିଂହ: ଦିନଟି ଆରମ୍ଭ ଶାନ୍ତ ମନରେ କରିବେ। କାମରେ ଜୀବନସାଥୀର ସହଯୋଗ ପାଇବେ। ଅଯଥା ବିବାଦଠାରୁ ଦୂରରେ ରହନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି।

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାହାରିକୁ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଧୈର୍ଯ୍ୟଧରି ଓ ବୁଦ୍ଧିମତ୍ତାରେ କରନ୍ତୁ। ଅଫିସ୍‌ରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ।

ତୁଳା: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସ୍‌ରେ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। କାମ, ପରିବାର ଓ ବନ୍ଧୁମାନଙ୍କ ସହିତ ଭାରସାମ୍ୟ କାଏମ୍ ରଖନ୍ତୁ।

ବିଛା: କୌଣସି ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯିବେ। ଶିକ୍ଷକଙ୍କ ପାଇଁ ପଦୋନ୍ନତିର ଯୋଗ ଅଛି। ବିବାଦଠାରୁ ଦୂରରେ ରହନ୍ତୁ। ବ୍ୟବସାୟରେ ଲାଭ ପାଇବେ।

ଧନୁ: ପରିବାର ପାଇଁ ନୂଆ ଖୁସିନେଇ ଆସିବ। ସନ୍ତାନ ପକ୍ଷର ସଫଳତା ଆପଣଙ୍କୁ ଖୁସି ଦେବ। ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ବ୍ୟସ୍ତ ରହିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ମକର: ବେପାରରେ ଲାଭ ହେବ। କଳା ସାହିତ୍ୟ ଲୋକଙ୍କ ଲାଗି ଦିନଟି ଭଲ। ଆପଣ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଆପଣଙ୍କୁ ନିଜର ଉପଲବ୍ଧି ଉପରେ ଗର୍ବ ହେବ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ।

ମୀନ: ଦିନଟି ଉତ୍ସାହ ଭରା ରହିବ। କୌଣସି ପାଖ ଲୋକଙ୍କୁ ଆପଣଙ୍କଠାରୁ କିଛି ଅପେକ୍ଷା ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସମ୍ବନ୍ଧିତ ଖବର