ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବ୍ୟକ୍ତିଙ୍କଠାରୁ ଆଶାଠାରୁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ। ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ କୌଣସି ବନ୍ଧୁ ଆସିବେ।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଜୀବନସାଥୀଙ୍କୁ ମନର କଥା କହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଆପଣଙ୍କର ଜଣାଶୁଣା ନୂଆ ଲୋକଙ୍କ ସହିତ ହେବ। କୌଣସି ନୂଆ ଦାୟିତ୍ବ ଆପଣ ଶୀଘ୍ର ପାଇବେ।

ସିଂହ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଚାକିରିରେ କିଛି ଭଲ ସୁଯୋଗ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲ୍‌କୁ ଯିବେ।

କନ୍ୟା: ବ୍ୟବସାୟରେ ପ୍ରଗତି ହେବ। ଆପଣ ଲୋକମାନଙ୍କର ସହଯୋଗ ପାଇବେ। ସାମାଜିକ ଜୀବନ ଭଲ ରହିବ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ନାମ ହେବ। ପ୍ରେମରେ ସଫଳତା ପାଇବେ। ‌

ତୁଳା: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ‌

ବିଛା: ଅଫିସ୍‌ କାମରେ ବାହାରକୁ ଯିବେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

ଧନୁ: କାର୍ଯ୍ୟ କ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପୁଞ୍ଜି ଲଗାଇପାରନ୍ତି। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମକର: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।

କୁମ୍ଭ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସ୍‌ରେ କାମର ବୋଝ ଅଧିକ ହୋଇପାରେ। ଅଚାନକ ଧନଲାଭ ହେବ। ପ୍ରିୟଜନ ମିଳନ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମୀନ: ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଠାରୁ କୌଣସି ଖୁସି ଖବର ପାଇବେ।

ସମ୍ବନ୍ଧିତ ଖବର