publive-imageମେଷ: ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିନେବେ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ସରକାରୀ କାମ ସଂପୂର୍ଣ୍ଣ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।‌

Advertisment

publive-imageବୃଷ: ଶାନ୍ତ ମନରେ କାମ କରନ୍ତୁ ପ୍ରଚୁର ଲାଭ ପାଇବେ। ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଜୀବନସାଥୀଙ୍କ ସକାରାତ୍ମକ ସଂକେତ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

publive-imageମିଥୁନ: ପୁରୁଣା ଚିନ୍ତା ସମାପ୍ତ ହେବ। ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ‌

publive-image

କର୍କଟ: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ମିଳିବ। ‌

publive-imageସିଂହ: ସାରାଦିନ ମନରେ ପ୍ରସନ୍ନତା ରହିବ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

publive-imageକନ୍ୟା: କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। କୌଣସି କ୍ଷେତ୍ରରେ ନିବେଶ କରିବେ। ଆପଣଙ୍କର ମନ ପସନ୍ଦ ଜିନିଷ କିଣିବେ।

publive-imageତୁଳା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ଦମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ପରିପୂର୍ଣ୍ଣ ରହିବ।

publive-imageବିଛା: କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଦିନଟି ଭଲରେ କଟିବ। ଧନଲାଭର ନୂଆ ମଉକା ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ସାଥ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

publive-imageଧନୁ: ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଆପଣଙ୍କର ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ରାଜନୈତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

publive-image

ମକର: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବହାର ଅନ୍ୟମାନଙ୍କ ପ୍ରତି ଭଲ ରଖନ୍ତୁ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ପ୍ରେମ ଜୀବନ ଭଲ ରହିବ।

publive-image

କୁମ୍ଭ: ଆତ୍ମବିଶ୍ବାସ ବହୁତ ଭଲ ରହିବ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ସୋସିଆଲ ମିଡିଆରେ ନୂଆ ବନ୍ଧୁ ବନାଇବେ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ।
publive-image

ମୀନ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର ସବୁ ଲୋକ କାମରେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବେ। ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।