ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନଶୈଳୀ ପରିବର୍ତ୍ତନ କରିବେ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲିଯିବାର ଯୋଜନା କରିବେ। କିଛି ବିଶେଷ କାମକୁ ଭଲ ଭାବେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।

ବୃଷ: ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। କୌଣସି ବ୍ୟବସାୟିକ ନିର୍ଣ୍ଣୟ ନେବା ସମୟରେ ସତର୍କ ରହନ୍ତୁ। ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ। ପ୍ରତିଟି କାମ ନିଜେ କରିବାକୁ ପ୍ରୟାସ କରନ୍ତୁ।‌

ମିଥୁନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କିଛି ଲୋକ ଆପଣଙ୍କ ଲାଗି ସମସ୍ୟା ଛିଡ଼ା କରାଇବେ। ପାରିବାରିକ ଆବଶ୍ୟକତାକୁ ଧ୍ୟାନ ରଖିବେ।

କର୍କଟ: ବୈବାହିକ ଜୀବନ ସୁଖମୟ ରହିବ। ଭଲ ଜାଗାକୁ ବୁଲିଯିବେ। ବ୍ୟବସାୟ ବିସ୍ତାରରେ ସଫଳତା ପାଇବେ। ପିଲାଙ୍କ ପ୍ରୋଜେକ୍ଟରେ ଯଥେଷ୍ଟ ଖର୍ଚ୍ଚ କରିବେ। ଅଫିସ୍‌ରେ ଆପଣଙ୍କ କାମରେ ବରିଷ୍ଠ ଖୁସି ରହିବେ।

ସିଂହ: ଆପଣଙ୍କ ପରିଶ୍ରମରେ ଆୟ ବୃଦ୍ଧି ହେବ। ଆପଣଙ୍କୁ ପରିବାରର ସହଯୋଗ ମିଳିବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଭଲ ସ୍ବାସ୍ଥ୍ୟ ପାଇଁ ନିଜର ଜୀବନଶୈଳୀ ବଦଳାନ୍ତୁ।

କନ୍ୟା: ଦିନଟି ଆଶାରେ ଭରା ରହିବ। ଜୀବନରେ ପ୍ରସନ୍ନତା ବଜାୟ ରହିବ। ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଜୀବନସାଥୀ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ। ଓକିଲଙ୍କ ଲାଗି ଭଲ ଦିନଟିଏ।

ତୁଳା: ଆପଣ ଆଶାବାଦୀ ରହିବେ। ଠିକ୍ ଜାଗାରେ ନିବେଶ କରନ୍ତୁ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ସଫଳତା ମିଳିବ। ବେପାରରେ ଲାଭ ପାଇବେ। ରାଜନୀତିକ ‌ନେତା କୌଣସି ସମାରୋହକୁ ଯାଇପାରନ୍ତି।

ବିଛା: ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନିଜର କାମ ପୂରା କରିବାରେ ମନ ଲଗାଇବେ। ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ।

ଧନୁ: ପରିବାରରେ ଖୁସି ବଜାୟ ରଖିବା ପାଇଁ ଆପଣଙ୍କୁ ସମୟ ଦେବାକୁ ହେବ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇପାରେ। ନୂଆ ଚାକିରିର ଆଶା ବଢ଼ିବ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବେପାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୈବାହିକ ଜୀବନ ସୁଖକର ହେବ। କ୍ୟାରିୟର ବିଷୟରେ ସଫଳତା ପାଇବେ।

କୁମ୍ଭ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ବନାଇବେ। କୌଣସି ଭଲ ଖବର ପାଇବେ। ଅତିରିକ୍ତ ଖର୍ଚ୍ଚ କରନ୍ତୁ ନାହିଁ। ପ୍ରେମ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ମୀନ: ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଆପଣଙ୍କ ବ୍ୟବସାୟିକ ଇଚ୍ଛା ପୂରା ହେବ। ପ୍ରିୟଜନ ସହିତ ଆପୋସ ବୁଝାମଣା ଭଲ ହେବ। ଦୂରସଞ୍ଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର