ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ନବଦମ୍ପତିଙ୍କ ଲାଗି ଦିନଟି ଭଲ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ। ‌

ବୃଷ: ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ମୃଦୁ ପାନୀୟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶତ୍ରୁ ଦବି ରହିବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

ମିଥୁନ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

କର୍କଟ: କଠିନ ପରିସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଧନଧାନ୍ୟ ବୃଦ୍ଧି ହେବ। ବ୍ୟବସାୟରେ ବଡ଼ ଭାଇର ସହଯୋଗ ପାଇବେ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ।

ସିଂହ: ସବୁ କଷ୍ଟ ନିବାରଣ ହେବ। ଘରୋଇ ଉଦ୍ୟୋଗରେ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନ ଖୁସିଭରା ରହିବ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଘରକୁ ନୂଆ ବନ୍ଧୁ ଆସିବେ। ‌

କନ୍ୟା: ଦିନଟି ଉତ୍ସାହ ଭରା ରହିବ। ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଅଫିସ୍‌ରେ ନୂଆ କାମ ମିଳିପାରେ। ସାମାଜିକ କାର୍ଯ୍ୟରେ ପ୍ରଶଂସା ପାଇବେ। ପ୍ରେମ ଜୀବନ ଭଲ ହେବ।

ତୁଳା: ଜୀବନରେ ଖୁସିର ଆଗମନ ହେବ। କିଣାବିକା ଲାଗି ସମୟ ଭଲ। ବିଶେଷ କାମର ଅନ୍ୟମାନଙ୍କର ସହଯୋଗ ପାଇବେ। ଧନ ମାମଲାରେ ସ୍ଥିତି ଠିକ୍ ରହିବ। ଜୀବନସାଥୀ ସହ ସମ୍ବନ୍ଧ ବଢ଼ିଆ ହେବ।

ବିଛା: ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଘରର ପରିବେଶ ଭଲ ରହିବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।

ଧନୁ: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ରହିବ। ଅଚାନକ ଖୁସି ଖବର ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଚାକିରିରେ ଉନ୍ନତି ଯୋଗ ଅଛି। ସଂପତ୍ତି ବୃଦ୍ଧି ହୋଇପାରେ।

ମକର: ବିଶେଷ କାମରେ ସହଯୋଗୀଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ସବୁ ଚିନ୍ତା ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।

ମୀନ: ପାରିବାରିକ ସମସ୍ୟା ସମାପ୍ତ ହେବ। ବ୍ୟବସାୟରେ ବିସ୍ତାର କରିପାରନ୍ତି। ଜୀବନସାଥୀଙ୍କୁ କୌଣସି କଥା କହିବେ। ଆଇନିଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମ ଜୀବନ ମଧୁର ରହିବ।

ସମ୍ବନ୍ଧିତ ଖବର