ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ‌

ବୃଷ: ଆପଣ ନିଜର କାମ ଧୀରେ ଧୀରେ କରି ସଂପୂର୍ଣ୍ଣ କରିବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ।

ମିଥୁନ: ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

କର୍କଟ: ମସ୍ତିଷ୍କରେ ଘୂରି ବୁଲୁଥିବା ବିଚାରରେ ଉନ୍ନତି ହେବ। କୌଣସି ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ସିଂହ: ଆପଣଙ୍କ କାମ କରିବା ଢ଼ଙ୍ଗରେ ଲୋକେ ପ୍ରଭାବିତ ହେବେ। କୌଣସି ମାମଲାରେ ଭାବୁକ ହୋଇପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

କନ୍ୟା: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ପରିବାରରେ ଖୁସିର ଆଗମନ ହେବ।

ତୁଳା: ଆପଣଙ୍କୁ ନିଜ କୁଟୁମ୍ବର ପୂରା ସହଯୋଗ ମିଳିବ। ବେପାରରେ ଲାଭ ହେବାର ଯୋଗ ଅଛି। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଦୁଇଚକିଆ ଯାନ କିଣିବା ଯୋଗ ଅଛି।

ବିଛା: ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଅନୁଭବୀ ବ୍ୟକ୍ତିଙ୍କ ଠାରୁ ମିଳିଥିବା ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।

ମକର: ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ମଧୁରତା ସହ ବିଶ୍ବାସ ବି ବଢ଼ିବ। ପିଲାଙ୍କ ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ସଚ୍ଚୋଟତାରେ ପ୍ରଭାବିତ ହେବେ।

ମୀନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ଆପଣଙ୍କର ନୂଆ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର