ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ଆଶାଜନକ ପରିଣାମ ପାଇବେ। ଅପବ୍ୟୟ ଉପ‌େର ନିୟନ୍ତ୍ରଣ ରଖନ୍ତୁ। ଘରୋଇ ଶିକ୍ଷକଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ ରହିବ।

ବୃଷ: ଘରେ ଶୁଭକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ଅଫସ୍‌ରେ ନିଜ କାମରେ ନବ ବିବାହିତ ଦମ୍ପତି କୌଣସି କଥାକୁ ନେଇ ଯୁକ୍ତିତର୍କ କରିବେ।

ମିଥୁନ: ଦିନଟି ଲାଭଦାୟକ ରହିବ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ବେପାରରେ କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ହେବ। ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ। ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ।

କର୍କଟ: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ଘରର ବୟୋଜ୍ୟେଷ୍ଠଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ।

ସିଂହ: ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ଭଲ ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ସୌହାର୍ଦ୍ଦ ବଢ଼ିବ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଆତ୍ମବିଶ୍ବାସ ସଫଳତା ଦେବ। କଣ୍ଠଶିଳ୍ପୀଙ୍କର କୌଣସି ଗୀତ ଲୋକଙ୍କୁ ପସନ୍ଦ ଆସିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା: ସମାଜରେ କରିଥିବା କାମ ପାଇଁ ଆପଣଙ୍କର ସମ୍ମାନ ବଢ଼ିବ। ବ୍ୟବସାୟରେ ଆୟ ବଢ଼ିବ। ପରିବାରରେ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ସାଙ୍ଗ ସହିତ ଫୋନ୍‌ରେ ଦୀର୍ଘ ସମୟ କଥା ହୋଇପାରନ୍ତି।

ବିଛା: ଅଫିସ୍‌ରେ ଆପଣଙ୍କ ପରିଶ୍ରମରେ କର୍ତ୍ତୃପକ୍ଷ ଖୁସି ହେବେ। କୌଣସି ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ। ବେପାରରେ ଲାଭ ହେବାର ସମ୍ଭାବନା। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ଧନୁ: ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ଦାମ୍ପତ୍ୟ ସମ୍ବନ୍ଧରେ ଭ୍ରମ ଧାରଣା ସମାପ୍ତ ହେବ। କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମନସ୍ଥ କରିବେ। ଯାତାୟାତ ସମୟରେ ସାବଧାନ ରହନ୍ତୁ।

ମକର: ରୋଜଗାର ବିଷୟରେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଅଫିସ୍‌ରେ ନିଜ କାମରେ ଧ୍ୟାନ ଦିଅନ୍ତୁ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

କୁମ୍ଭ: ଦାମ୍ପତ୍ୟ ସମ୍ବନ୍ଧରେ ଆପୋସ ତାଳମେଳ ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। କାର୍ କିଣିବା ଲାଗି ପରିବାର ଲୋକଙ୍କୁ କହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ଘରେ ଅଧିକ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ପ୍ରେମୀଯୁଗଳ ଫୋନ୍‌ରେ ଦୀର୍ଘ ସମୟ କଥା ହେବେ। ଗୃହିଣୀ ନିଜ ଜୀବନସାଥୀ ପାଇଁ ମନପସନ୍ଦ ବ୍ୟଞ୍ଜନ ତିଆରି କରିବେ। ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର