ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ। ଘରକୁ କୁଣିଆ ଆସିବେ।

ବୃଷ: ବ୍ୟବସାୟରେ କୌଣସି ବଡ଼ ସଫଳତା ହାତରେ ଲାଗିବ। ଆପଣଙ୍କର ପୂରା ଧ୍ୟାନ କାର୍ଯ୍ୟ କ୍ଷେତ୍ରରେ ରହିବ। ପାରିବାରିକ ମାମଲାରେ ନିର୍ଣ୍ଣୟ ଫଳପ୍ରଦ ସାବ୍ୟସ୍ତ ହେବ।

ମିଥୁନ: ଆପଣଙ୍କର ଭାବନାରେ ସକାରାତ୍ମକ ବଜାୟ ରହିବ। ପରିବାରରେ ବୟୋଜ୍ୟେଷ୍ଠଙ୍କର ପୂରା ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

କର୍କଟ: ଆପଣଙ୍କ ଦ୍ବାରା କରାଯାଇଥିବା କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଆପଣଙ୍କ ବେପାରର ଗତି ବଢ଼ିବ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣ ପରିଶ୍ରମର ଉଚିତ ଫଳ ପାଇବେ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଦୂରସ୍ଥାନକୁ ଯିବାର ଆବଶ୍ୟକତା ପଡ଼ିପାରେ। ପ୍ରିୟବନ୍ଧୁ କୌଣସି ବିଷୟ ଉପରେ କଥାବାର୍ତ୍ତା କରିବେ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଅନୁଭବ ସାଉଁଟିବେ। ପରିବାରର ସଂପତ୍ତି ସଂପର୍କିତ ସମସ୍ୟାର ସମାଧାନ ହୋଇଯାଇପାରେ। ମାଆଙ୍କର କୌଣସି ଇଚ୍ଛା ପୂରା କରିବାରେ ସଫଳ ରହିବେ।

ତୁଳା: ଆପଣଙ୍କୁ ଶାସନ ଓ ସ୍ଥିତିରେ ପୂରା ଲାଭ ମିଳିବ। କୌଣସି ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ଭୂସଂପତ୍ତି କିଣିବା ଯୋଗ ଅଛି।

ବିଛା: କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ବଡ଼ ଲକ୍ଷ୍ୟକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବେ। ନବବିବାହିତ ନିଜ ମନର କଥା କହିବେ। ବ୍ୟବସାୟରେ ଧନଲାଭ ହେବ।

ଧନୁ: କୌଣସି ସଂପତ୍ତିର ସଉଦା କରିପାରନ୍ତି। ମାତା ପିତାଙ୍କୁ ଧର୍ମାନୁଷ୍ଠାନକୁ ନେଇ ଯାଇପାରନ୍ତି। ଯାନ କିଣିବାର ସପନ ପୂରା ହେବ। ଅଫିସ୍‌ କାମରେ ସଂପୂର୍ଣ୍ଣ ରୂପେ ସଫଳ ରହିବେ। ‌

ମକର: ଆପଣଙ୍କର ପଦ ଓ ପ୍ରତିଷ୍ଠା ବୃଦ୍ଧି ହେବ। ବେପାରରେ ଭଲ ସଫଳତା ମିଳିବାର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି କାଏମ୍ ରହିବ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବେ।

କୁମ୍ଭ: ନିଜର ଦୁର୍ବଳତା ଜାଣି ସୁଧାରିବାର ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: ବ୍ୟବସାୟକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିପାରେ। ଆପଣ ନୂଆ ଘର କିଣିବାରେ ସଫଳ ହେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। କାର୍ ଚଳାଇବା ସମୟରେ ଅନ୍ୟମନସ୍କ ରହନ୍ତୁ ନାହିଁ।

ସମ୍ବନ୍ଧିତ ଖବର