ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ତାଳମେଳ ବଜାୟ ରଖି‌ବେ। ବ୍ୟବସାୟ ସମ୍ବନ୍ଧୀୟ କାମ ସମୟ ଅନୁକୂଳ। ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ବୃଷ: ବ୍ୟବସାୟ ବୃଦ୍ଧି ଲାଗି ନୂଆ କୌଶଳ ଗ୍ରହଣ କରିବେ। ଲେଖକ ନୂଆ ରଚନା ଆରମ୍ଭ କରିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

ମିଥୁନ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ୍‌ରେ କାର୍ଯ୍ୟଭାରରୁ ଆରାମ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାରରେ ଆଶାଜନକ ଫଳ ପାଇବେ।

କର୍କଟ: ସବୁ କାମ ସୁଚାରୁ ରୂପେ ହୋଇଯିବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ଅଫିସ୍‌ରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ସିଂହ: କୌଣସି ବିଶେଷ ନିବେଶ ସମ୍ବନ୍ଧରେ ତୁରନ୍ତ ନିର୍ଣ୍ଣୟ ନିଅନ୍ତୁ। ମିଡିଆ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ବ୍ୟସ୍ତତାରେ ରହିବେ। କୌଣସି ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

କନ୍ୟା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପିଯିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ତୁଳା: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ପରିବାର ଲୋକଙ୍କ ସହଯୋଗ ପାଇବେ। ଯୁବକ ନିଜର ଭବିଷ୍ୟତକୁ ନେଇ ସଜାଗ ରହିବେ।

ବିଛା: ଆପଣ ନିଜକୁ ଆରାମ ଅନୁଭବ କରିବେ। ଅଫିସ୍‌ରେ ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ଧନୁ: ସଠିକ୍ ଫଇସଲା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।

ମକର: ଅକାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମାପ୍ତ ହୋଇଯିବ। ବିବେକରେ କାମ କଲେ ବାଜି ଆପଣଙ୍କ ପକ୍ଷରେ ହେବ। ଅଫିସ୍‌ରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଅନୁକୂଳ। ରାଜନୀତିକ ଲୋକଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ।

ମୀନ: ନୂଆ ଅନୁବନ୍ଧ ମିଳିବାର ସମ୍ଭାବନା। କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

ସମ୍ବନ୍ଧିତ ଖବର