ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କିଛି ନୂଆ ସଂପର୍କ ଆପଣଙ୍କ ଲିଷ୍ଟ୍ରେ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ। ପ୍ରେମୀ ଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।
ମିଥୁନ: ସାରାଦିନ ମନରେ ପ୍ରସନ୍ନତା ରହିବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ।
କକର୍ଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଲାଗି ରହିବେ।
ସିଂହ: ଚାକିରି ବୃତ୍ତିରେ ସଫଳତା ପାଇବେ। ଧର୍ମକ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପାଇବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ।
କନ୍ୟା: କୌଣସି ଅସହାୟ ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମକୁ ନେଇ ପ୍ରଶଂସା ହେବ। କଣ୍ଠଶିଳ୍ପୀଙ୍କୁ କୌଣସି ମଞ୍ଚରେ ପ୍ରଦର୍ଶନର ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।
ତୁଳା: ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଛା: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ।
ଧନୁ: ଆପଣଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜରୁରୀ କାମରେ ବନ୍ଧୁର ସାହାଯ୍ୟ ପାଇବେ। କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିବେ। ଶିକ୍ଷାର୍ଥୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ।
ମକର: ମନକଥା ମନରେ ରଖନ୍ତୁ। ଅଫିସ୍ରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
କୁମ୍ଭ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କୁ ଲାଭ ହେବ। କଠିନ ବିଷୟ ଉପରେ ଶିକ୍ଷକଙ୍କ ସହ ଆଲୋଚନା କରିବେ।
ମୀନ: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଅଚାନକ ଧନଲାଭ ହେବ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।