ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ଅସହାୟଙ୍କ ଲାଗି ସଂବେଦନଶୀଳ ରହିବେ। ଯାହା ବି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ। ନିଜ ମନର ଆଧାର ଉପରେ ନିଷ୍ପତ୍ତି ନେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ।

ବୃଷ: କୌଣସି ସମାରୋହକୁ ଯିବାର ଅବସର ପାଇବେ। ସାବଧାନୀରେ ସବୁ କାମ ସଂପୂର୍ଣ୍ଣ କରିବା ଆବଶ୍ୟକ। ପ୍ରେମିକ ପ୍ରେମିକା ସାଥୀଙ୍କ ପ୍ରତି ଅନ୍ୟ ଦିନ ଅପେକ୍ଷା ଅଧିକ ଆସକ୍ତ ରହିବେ।

ମିଥୁନ: ଆପଣଙ୍କ ମନରେ କିଛି ନୂଆ କରିବାର ବିଚାର ଆସିପାରେ। ଜରୁରୀ କାମରେ ଜୀବନସାଥୀର ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ ସଫଳ ହେବେ।

କର୍କଟ: ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଲକ୍ଷ୍ୟ ପ୍ରାପ୍ତ ପାଇଁ ଅଧିକ ପରିଶ୍ରମ କରିବେ। ଲେଖକଙ୍କ ଲାଗି ଦିନଟି ମହାନ ହେବ। ଲେଖା ବା ପୁସ୍ତକ ଛପା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସିଭରା ରହିବ।

ସିଂହ: ଯାହା କାମ କରିବେ ପୂରା ଦାୟିତ୍ବସଂପନ୍ନ ରୂପେ କରିବେ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ବିରୋଧୀ ଠାରୁ ଦୂରତ୍ବ ବଜାୟ ରହନ୍ତୁ।

କନ୍ୟା: ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ତୁଳା: ବେପାରରେ ଲାଭ ହେବ। ଅଫିସ୍‌ରେ ଭଲ କାମ ପାଇଁ ବଧାଇ ପାଇବେ। ବ୍ୟବହାରିକ ଜୀବନ ପ୍ରତି ସଜାଗ ରହିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ବାପା ମାଆଙ୍କୁ କହିବେ।

ବିଛା: କୌଣସି କଥାକୁ ନେଇ ମନରେ ଡର ବଢ଼ିପାରେ। ବୈବାହିକ ଜୀବନ ପୂର୍ବ ଅପେକ୍ଷା ବହୁତ ଆନନ୍ଦଦାୟକ ହେବ। ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ଉପରେ ଖର୍ଚ୍ଚ କରିବେ। ଅଧୁରା କାମ ପୂରା ହୋଇଯିବ।

ଧନୁ: ଜୀବନସାଥୀ ଠାରୁ ସକାରାତ୍ମକ ସଂକେତ ପାଇବେ। ଆପଣ ନିଜକୁ ଅଧିକ ବଳଶାଳୀ ଅନୁଭବ କରିବେ। ଆପଣଙ୍କ ପାଖକୁ ଏକରୁ ଅଧିକ ଦାୟିତ୍ବ ଆସିପାରେ। ପାଖ ଲୋକଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମକର: ଭ୍ରମଣରେ ସମୟ ବିତାଇବେ। ବାପା ମାଆଙ୍କ ସହିତ ମନ୍ଦିର ଯିବା ପାଇଁ ଯୋଜନା କରିବେ। ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବେ। ଆପଣଙ୍କ କାମରେ ଅଧିକାରୀ ଖୁସି ହୋଇପାରନ୍ତି।

କୁମ୍ଭ: ଅଫିସ୍‌ରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। କୋର୍ଟ କଚେରି ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ଅନ୍ୟମାନଙ୍କ ମତରେ କାମ କରନ୍ତୁ ସଫଳ ହେବେ। ଜୀବନସାଥୀ ସହିତ ମତଭେଦ ହୋଇପାରେ।

ମୀନ: ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ। ଜୀବନସାଥୀଙ୍କୁ ମନର କଥା କହିବେ। କବିମାନଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ସମ୍ବନ୍ଧିତ ଖବର