ମେଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ବୃଦ୍ଧି ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି ଫଇସଲା କରିବା କଠିନ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼ିକୁ ରହିବ। ଭୁଲ୍ ବାଟରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ।
ମିଥୁନ: ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟକ୍ତିତ୍ବ ବିକଶିତ ପାଇଁ ଭଲ ଦିନଟିଏ। ପରିବାରରେ ନୂଆ ଦାୟିତ୍ବ ତୁଲାଇବେ। ଅଫିସ୍ରେ ବହୁ ଦିନରୁ ବାକି ଥିବା କାମ ପୂରା କରିପାରିବେ।
କର୍କଟ: ପିଲା ଆପଣଙ୍କୁ କୌଣସି ଶୁଭ ଖବର ଦେବେ। ଘର ପାଇଁ କୌଣସି ନୂଆ ଜିନିଷ କିଣିବେ। ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନୂଆ ପଦକ୍ଷେପ ନେବେ। କୌଣସି ସୃଜନାତ୍ମକ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ।
ସିଂହ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ଖୋଲିକରି ସାମନାକୁ ଆସିବ। ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସ୍ରେ ଅଧିକ ସମୟ ରହିବାକୁ ପଡ଼ିବ। ଘରକୁ କୁଣିଆ ଆସିବେ।
କନ୍ୟା: ଅଫିସ୍ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର। ପିଲାଙ୍କ ସଂପର୍କରେ ଆପଣଙ୍କୁ ଗର୍ବ ଅନୁଭବ ହେବ। ଇଂଜିନିୟର୍ଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ତୁଳା: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ। ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ। ଜୀବନସାଥୀ ସହିତ କୌଣସି ହୋଟେଲ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରନ୍ତି।
ବିଛା: ସକାରାତ୍ମକ ବିଚାରଧାର ଲୋକଙ୍କ ସହ ରହିବାର ଅବସର ପାଇବେ। ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଅଧିକତର ବ୍ୟବସାୟିକ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇଯିବ।
ଧନୁ: କୌଣସି ଶୁଭ ଖବର ପାଇବେ। ଜମି ସମ୍ବନ୍ଧୀୟ ଅଟକିଥିବା ମାମଲା ପୂରା ହୋଇଯିବ। ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିର୍ଣ୍ଣୟକୁ ସର୍ବୋପରି ରଖନ୍ତୁ। ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
ମକର: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବା ଯୋଗ ରହିଛି। ପ୍ରତ୍ୟେକ କାମର ଯୋଜନା ପ୍ରସ୍ତୁତି କରି ସଂପୂର୍ଣ୍ଣ କରନ୍ତୁ। ଛାତ୍ରଛାତ୍ରୀ ପଢ଼ିବା କ୍ୟାରିୟର୍କୁ ନେଇ ପରିଶ୍ରମର ଅନୁକୂଳ ପରିଣାମ ପାଇବେ।
କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ।
ମୀନ: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପାର୍ଶ୍ବ ଉପରେ ବିଚାର କରନ୍ତୁ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର୍ ସମ୍ବନ୍ଧୀୟ ଗତିବିଧିକୁ ନେଇ ଗମ୍ଭୀର ରହିବେ।