publive-imageମେଷ: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ।

Advertisment

publive-imageବୃଷ: ପୂଜାପାଠରେ ସମୟ ବିତିବ। କୌଣସି ଜରୁରି କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହ ବାହାରକୁ ବୁଲିଯାଆନ୍ତୁ ଆପଣଙ୍କୁ ଖୁସି ମିଳିବ। ଇଲେକ୍ଟ୍ରୋନିକ୍ସ ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଫେସନ୍‌ ଡିଜାଇନିଂଙ୍କୁ ନୂଆ ଡିଜାଇନ୍ କରିବାରେ ସୁଯୋଗ ମିଳିବ।

publive-image

କର୍କଟ: ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟର୍‌ରେ ଆପଣଙ୍କୁ ବଡ଼ ସଫଳତା ମଳିବ। ଦମ୍ପତ୍ୟ ଜୀବନ ମଧୁର ହେବ।

publive-imageସିଂହ: ପାରିବାରିକ ଜୀବନ ଉତ୍ସବ ମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟ କ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ। ସାମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବେ।

publive-imageକନ୍ୟା: ଆର୍ଥିକ ମାମଲାରେ ସଂପର୍କୀୟଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କର ସାହାଯ୍ୟ ମିଳିବ। ନେବାଦେବା ମାମଲାରେ ସତର୍କତା ଅବଲମ୍ବନ କଲେ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ।

publive-imageତୁଳା: ଦାମ୍ପତ୍ୟ ଜୀବନରେ ଆପୋସୀ ସାମଞ୍ଜସ୍ୟ ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ଘର ତିଆରି ଲାଗି ଯୋଜନା କରି ପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

publive-imageବିଛା: କୌଣସି ରଚନାତ୍ମକ କାମ କରିବେ। ବେପାରରେ ଲାଭ ହେବାର ଆଶା। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

publive-imageଧନୁ: ବାପା ମାଆଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରକୁ ନୂଆ ବନ୍ଧୁ ଆସିବାର ସମ୍ଭାବନା। କୌଣସି ବିଶେଷ କାମ ଲାଗି ପରିବାର ଲୋକଙ୍କର ଆପଣଙ୍କ ଉପରେ ଆଶା ରହିବ।

publive-image

ମକର: ଆପଣଙ୍କୁ ବ୍ୟବସାୟ ସଂପର୍କରେ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳାଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖକର ହେବ।

publive-image

କୁମ୍ଭ: ଆପଣ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଆର୍ଥିକ ଲାଭର ଯୋଗ ଅଛି। ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ।

publive-image

ମୀନ: ଆପଣଙ୍କୁ ଧନଲାଭ ହେବାର ଆଶା। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ନିଜର ଜିନିଷକୁ ବିଶେଷ ଧ୍ୟାନ ରଖନ୍ତୁ।