ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏକରୁ ଅଧିକ ଉତ୍ସରୁ ଧନ ପାଇବେ। ଶାସକ ଓ ପ୍ରଶାସକ ମାମଲାରେ ଆପଣ ସାବଧାନ ଅବଲମ୍ବନ କରନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

ବୃଷ: ଦିନଟି ପରିବାର ପାଇଁ ଖୁସି ନେଇ ଆସିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପ୍ରତିଯୋଗିତା ଛାତ୍ରଛାତ୍ରୀ ପ୍ରସ୍ତୁତି ଜାରି ରଖନ୍ତୁ। ‌

ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ପ୍ରଦାନ କରିବେ। ଖୋଳାଳିମାନେ ଅଧିକ ସମୟ ଅଭ୍ୟାସ କରିବେ। କୌଣସି ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିବେ।

କର୍କଟ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ସମାଜରେ ଆପଣଙ୍କ କାମ ପାଇଁ ପ୍ରଶଂସା ହୋଇପାରେ। ଅଫିସ୍‌ରେ ଉଚ୍ଚାଧିକାରୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

ସିଂହ: କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। କୌଣସି ପରିଜନଙ୍କ ଠାରୁ ଖୁସି ଖବର ପାଇବେ। ନିଜର ଶକ୍ତିକୁ ଭଲ କାମରେ ଲଗାନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ। କିଛି ବିଚାର ବଳିଷ୍ଠ ଓ ସୃଜାନାତ୍ମକ ହେବ। ପରିବାରରେ ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

ତୁଳା: କାନୁନ୍‌ ମାମଲାରେ ଅସ୍ଥିର ହୁଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇବେ। ନିଜର କାମକୁ ସାମାନ୍ୟ ଗତିରେ ପୂରା କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

ବିଛା: କାହାରିକୁ ଦେଇଥିବା ଧାର୍‌ ଫେରସ୍ତ ପାଇବେ। ପରିଜନଙ୍କ ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ। ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

ଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢଳି ରହିବ। ବଡ଼ଙ୍କର ଆଶୀର୍ବାଦ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।

ମକର: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ। ଆପଣଙ୍କର ସାକ୍ଷାତ୍‌ କୌଣସି ବାଲ୍ୟବନ୍ଧୁ ସହିତ ହେବ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ।

କୁମ୍ଭ: କୌଣସି ସଂପତ୍ତିର ସଉଦା ତରବରିଆରେ କରନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ।

ମୀନ: ଦିନଟି ନିଶ୍ଚିତ ରୂପେ ଫଳଦାୟୀ ହେବ। ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥାରେ ଆଗକୁ ବଢ଼ିବେ। ଆପଣଙ୍କର ସାକ୍ଷାତ୍‌ କିଛି ନୂଆ ଲୋକଙ୍କ ସହିତ ହେବ।

ସମ୍ବନ୍ଧିତ ଖବର