publive-image‌ମେଷ: ନିଜର ପରିସର ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ୍‌ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

Advertisment

publive-imageବୃଷ: ଆପଣଙ୍କର ସବୁ ସମସ୍ୟା ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।

publive-imageମିଥୁନ: ମନ ଭିତରେ ଦବି ରହିଥିବା କୌଣସି କଥା ସାମ୍‌ନାକୁ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ପାରିବରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

publive-image

କର୍କଟ: କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ। ଉନ୍ନତି କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

publive-imageସିଂହ: ଆପଣଙ୍କ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ୍‌ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-imageକନ୍ୟା: ପୂଜାପାଠରେ ସମୟ ବିତିବ। ନିଜର ମାନପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ।

publive-imageତୁଳା: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଲୋକ ଭଲ ପ୍ରଦର୍ଶନ କରିବେ।

publive-imageବିଛା: ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା। ଚାକିରିଆଙ୍କ ଲାଗି ଦିନଟି ଭଲ। ଆଗକୁ ବଢ଼ିବାର ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କୁ ଉପହାର ଦେବେ।

publive-imageଧନୁ: ଅତୀତ ସ୍ମୃତି ତାଜା ହେବ। ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-image

ମକର: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ। ଚାକିରି ବ୍ୟବସାୟରେ କଛି ପରିବର୍ତ୍ତନ ଲାଗି ଭାବି ପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ ଅତିବାହିତ କରିବେ।

publive-image

ମୀନ: କୌଣସି ମାମଲାରେ ଆପଣ ଭାବୁକ ରହିବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ପରିବାର ଲୋକଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା କରିବେ।