publive-imageମେଷ: କୌଣସି ଜରୁରି କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଥିଲେ ସଫଳ ହେବେ। ବିନା ଭାବିଚିନ୍ତି ପଇସା ଧାର ଦିଅନ୍ତୁ ନାହିଁ। କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ହେବ।

Advertisment

publive-imageବୃଷ: ଯାହା ବି କାମ କରିବେ କମ୍ ସମୟରେ ପୂରା ହୋଇଯିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ପରିବାର ଲୋକଙ୍କ ସହ ଗମ୍ଭୀର ବିଷୟରେ କଥା ହେବେ। ନିଜର ମାନସମ୍ମାନ ପ୍ରତି ପୂରା ଧ୍ୟାନ ରଖନ୍ତୁ। ଖର୍ଚ୍ଚ ବଢ଼ିପାରେ।

publive-image

କର୍କଟ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧୈର୍ଯ୍ୟଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ଲେଖକ କୌଣସି ସମାରୋହରେ ସମ୍ମାନିତ ହେବେ। ଶିକ୍ଷାର୍ଥୀ ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ।

publive-imageସିଂହ: ଦିନଟି ଖୁସିଭରା ରହିବ। ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ମିଳିବ। ନୂଆ ଚାକିରିର ସୁଯୋଗ ଅଛି।

publive-imageକନ୍ୟା: ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର। ବ୍ୟାଙ୍କର ଋଣ ନେବା ପାଇଁ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସମୟ ବିତିବ।

publive-imageତୁଳା: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲା ସମାଧାନ ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ।

publive-imageବିଛା: ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ। କାମ ପାଇଁ କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ପରିବାରରେ ଲାଗି ଅଶାନ୍ତି ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।

publive-imageଧନୁ: ଜୀବନରେ କିଛି ନୂଆ ଖୁସିର ସଂକେତ ମିଳିପାରେ। ନିଜର ଲୋକ ଆପଣଙ୍କୁ ଠିକ୍ ଦିଗରେ ନେଇଯିବେ। ବେପାରରେ ଦିଗୁଣା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ଦିନଟିଏ।

publive-image

ମକର: ଅଫିସ୍‌ରେ କୌଣସି କାମର ବାଧା ଆସିପାରେ। ଧୈର୍ଯ୍ୟଧରି କାମ କରନ୍ତୁ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ରେ ଲାଭ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-image

କୁମ୍ଭ: ସଠିକ୍ ଯୋଜନା ଦ୍ବାରା କ୍ୟାରିୟର୍‌ରେ ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ ହେବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟୀଙ୍କୁ ନୂଆ କାମ ମିଳିପାରେ।

publive-image

ମୀନ: କୌଣସି କାମରେ ବାହାରକୁ ଯାଉଥିଲେ ସଫଳତା ପାଇବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ହେବ। ପାରିବାରିକ ଜୀବନରେ ସୁଖଶାନ୍ତି ବଢ଼ିବ।