ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପରାମର୍ଶରେ ଲାଭ ହୋଇପାରେ। ଅନ୍ୟମାନଙ୍କର ଆବଶ୍ୟକତା ଓ ଭାବନାକୁ ନେଇ ସମ୍ବେଦନଶୀଳ ହୋଇପାରନ୍ତି। କାମରେ ମନ ଲାଗିବ।

ବୃଷ: ଶାନ୍ତିରେ କାମଧନ୍ଦା ପୂରା କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁ ପରିଣାମରେ ସଫଳତା ମିଳିପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜମସ୍ତିରେ ସମୟ ବିତିବ।

ମିଥୁନ: ଆପଣଙ୍କ ଲାଗି ଦିନଟି ସନ୍ତୋଷଜନକ ସାବ୍ୟସ୍ତ ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଜନା କରିବେ। ଛାତ୍ରୀ ନିଜର କ୍ୟାରିୟର ସମ୍ବନ୍ଧୀୟ ପଠନୀୟ ସମସ୍ୟାକୁ ସହପାଠୀଙ୍କ ସହ ବାଣ୍ଟିବେ।

କର୍କଟ: ବନ୍ଧୁ ବା ପରିଚିତ ନିଜର କାମ ପାଇଁ ଆପଣଙ୍କୁ ବ୍ୟସ୍ତ ରଖିବେ। ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: କ୍ୟାରିୟର ବଢ଼ିଆ କରିବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେବେ। ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ସନ୍ତାନ ତରଫରୁ ଖୁସି ଖବର ପାଇବେ। ଆପଣ କୌଣସି ମହତ୍ତ୍ବପୂର୍ଣ୍ଣ କାମ ପୂରା କରିବେ।

କନ୍ୟା: ଦିନଟି ଆପଣଙ୍କ ଲାଗି ଆନନ୍ଦଭରା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ସନ୍ଧ୍ୟାରେ ଜୀବନସାଥୀ ସହ ବାହାରେ ଖାଇବା ଓ ବୁଲିବାରେ ଶାନ୍ତି ପାଇବେ। ସ୍ବାସ୍ଥ୍ୟ ସଂପୂର୍ଣ୍ଣ ରୂପେ ଭଲ ରହିବ।

ତୁଳା: ପୂଜାପାଠରେ ସମୟ ବିତିବ। ଆବଶ୍ୟକତା ବେଳେ କେହି ସାହାଯ୍ୟକାରୀ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲିଯିବେ। ଛାତ୍ରଛାତ୍ରୀ ସୋସିଆଲ୍ ମିଡିଆରେ ଅଧିକ ସମୟ ବିତାଇବେ।

ବିଛା: ଦିନଟି ବ୍ୟସ୍ତତାଭରା ରହିବ। ଆପଣ କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ। କାହାରିକୁ ଆପଣଙ୍କ ମନର କଥା କହିବେ। ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ।

ଧନୁ: ଅଧିକତର ଯୋଜନା ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀ ସହିତ ସମ୍ବନ୍ଧରେ ତାଳମେଳ ରହିବ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

ମକର: ଆପଣ ନିଜର ଶକ୍ତିକୁ ସଂପୂର୍ଣ୍ଣ ରୂପେ ଅନୁଭବ କରିବେ। ଅଳଙ୍କାର ଡିଜାଇନିଙ୍ଗ୍‌ କରୁଥିବା ଲୋକ ସଫଳ ହେବେ। ଆପଣଙ୍କ ପରିଶ୍ରମ ଦେଖି ତଳିଆ କର୍ମଚାରୀ ଶିଖିବାକୁ ଚେଷ୍ଟା କରିବେ।

କୁମ୍ଭ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ। ଆପଣଙ୍କୁ କେହି ସାହାଯ୍ୟ ମାଗି ପାରନ୍ତି।

ମୀନ: ନୂଆ କାମ କରିବା ପାଇଁ କାହାରିଠୁ ପରାମର୍ଶ ନେଇ ପାରନ୍ତି। ପ୍ରତିଟି ମାମଲାରେ ସକାରାତ୍ମକ ବନାଇ ରହନ୍ତୁ, ଧୈର୍ଯ୍ୟ ବିନମ୍ରତା ବଜାୟ ରଖନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।

ସମ୍ବନ୍ଧିତ ଖବର