publive-imageମେଷ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

Advertisment

publive-imageବୃଷ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ବିଲଡର୍ସଙ୍କୁ ଧନଲାଭ ହେବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ‌

publive-imageମିଥୁନ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ।

publive-image

କର୍କଟ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ। ଆଶା କରୁଥିବା ଦିଗରୁ ପଇସା ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି।

publive-imageସିଂହ: ମନରେ ସକାରାତ୍ମକ ବିଚାର ଆସିବ। ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।

publive-imageକନ୍ୟା: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ଅଧୁରା ପୂରା ହୋଇଯିବ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-imageତୁଳା: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ରାଜନୀତିରେ ସଫଳତା ପାଇବେ।

publive-imageବିଛା: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଆପଣଙ୍କ ମନ ଅନ୍ତରଙ୍ଗବନ୍ଧୁ ସହ ମିଶିବାକୁ ଚାହିଁବ। ଚାକିରିଜୀବୀଙ୍କର ପଦୋନ୍ନତି ହୋଇପାରେ।

publive-imageଧନୁ: ପୂଜାପାଠରେ ସମୟ ବିତିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

publive-image

ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ବି କାମ ତରବରିଆ କରନ୍ତୁ ନାହିଁ। ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଯାନ ସାବଧାନତାର ସହ ଚଳାନ୍ତୁ।

publive-image

କୁମ୍ଭ: ଯେଉଁ କାମ କରିବାକୁ ଭାବିଛନ୍ତି ତାହା ପୂରା ହୋଇଯିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ‌

publive-image

ମୀନ: ଆପଣଙ୍କର ମନୋବଳ ଉଚ୍ଚା ରହିବ। ଅନ୍ୟମାନଙ୍କ ସହ କଥା କହିବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।