publive-imageମେଷ:ସମୟ ଆପଣଙ୍କ ଲାଗି ବହୁତ ଭଲ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବ୍ୟବସାୟରେ ଉନ୍ନତି ଲାଗି ଦିଗୁଣା ପରିଶ୍ରମ କରି ସଫଳ ହେବେ। ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କ ଚୟନ ସରକାରୀ ଚାକିରି ପାଇଁ ହୋଇପାରେ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ସରକାରୀ ଦେବା ନେବାରେ ଯଥେଷ୍ଟ ଲାଭ ପାଇବେ। ଲାଗି ରହିଥିବା ମକଦ୍ଦମାରେ ଶୁଭଫଳ ପାଇପାରନ୍ତି। ଘରର ବାତାବରଣ ଭଲ ରହିବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। ସାଥୀ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ଶରୀର ସୁସ୍ଥ ସବଳ ରହିବ।

Advertisment

publive-imageବୃଷ:ଆର୍ଥିକ ଦୃଷ୍ଟିକୋଣରୁ ସମୟ ଅନୁକୂଳ। କର୍ମକ୍ଷେତ୍ରରେ ଯୋଦ୍ଧାଙ୍କ ଭଳି ରହିବେ। ଭୂସଂପତ୍ତିକୁ ନେଇ କୌଣସି ଯୋଜନା ପ୍ରସ୍ତୁତ କରିବେ। ଚାକିରିଜୀବୀ ନୂଆ ଚାକିରିର ଅନ୍ବେଷଣ କରିବେ। ଲେଖକ ଓ କଳାକାରଙ୍କ ଲାଗି ସମୟ ବଢ଼ିଆ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ବାରମ୍ବାର ଯୋଜନା ବଦଳାଉଥିବା ବ୍ୟକ୍ତି ଅଶାନ୍ତିରେ ରହିବେ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଜୀବନସାଥୀ ସହିତ ଭଲ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀ ଚିତ୍ତ ଚାଞ୍ଚଲ୍ୟ ଠାରୁ ଦୂରରେ ରହି ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

publive-imageମିଥୁନ :କୌଣସି ଲକ୍ଷ୍ୟକୁ ନେଇ ଖୁବ୍ ଉତ୍ସୁକ ରହିବେ। ଭାଗୀଦାରି ଆପଣଙ୍କ ବିଚାରକୁ ସମ୍ମାନ କରିବେ। ବ୍ୟବସାୟରେ କୌଣସି ନୂଆ ଚୁକ୍ତିପତ୍ର ହୋଇପାରେ। ଚାକିରି ପାଇଁ କରିଆସୁଥିବା ପ୍ରୟାସରେ ସଫଳ ହେବେ। ରାଜନୈତିକ ସଂପର୍କ ବଢ଼ିଆ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ନୂଆ କାର୍ କିଣିବା ଲାଗି ମନ ବଳିବ। ପାରିବାରିକ ଜୀବନ ସୁଖମୟ ରହିବ। ବାପାମାଆଙ୍କ ଠାରୁ ଖୁସି ପାଇବେ। ଆପଣ ମଧୁର ବାଣୀରେ ନୂଆ ସଂପର୍କ ବନାଇବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ କମ୍ ଲାଗିବ। ଖାଦ୍ୟପାନୀୟ ପ୍ରତି ସତର୍କ ରହନ୍ତୁ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ।

publive-image

କର୍କଟ: ଆପଣ ନିଜର ମହତ୍ତ୍ବକୁ ଜାଣି ବ୍ୟବହାରରେ ସକାରାତ୍ମକତା ବଜାୟ ରଖନ୍ତୁ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଶିକ୍ଷକ ଭଲ ଅବସର ପାଇବେ। ରାଜନୀତିକ ନେତା କୌଣସି ଉଚ୍ଚପଦ ହାସଲ କରିବେ। ବନ୍ଧୁ ଆଗମନରେ ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ମହିଳାମାନେ ‌ସୌନ୍ଦର୍ଯ୍ୟ ଓ ପ୍ରସାଧନରେ ଖର୍ଚ୍ଚ କରିବେ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ। ପରୀକ୍ଷାରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା। ମାନିସକ ଶାନ୍ତି ଓ ସ୍ଥିରତା ପାଇଁ ଯୋଗ କରନ୍ତୁ।

publive-imageସିଂହ : ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ବନାଇବେ। ଭାଗୀଦାରି ସହିତ ବିନା କାରଣରେ ଝଗଡ଼ା ହୋଇପାରେ। ଚାକିରିରେ ପଦୋନ୍ନତି ଓ ବଦଳି ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଯେଉଁମାନେ ସୂଚନା ପ୍ରସାରଣ କ୍ଷେତ୍ରରେ ଅଛନ୍ତି ସେମାନେ ବଡ଼ ସଂସ୍ଥା‌େର କାମ କରିବାର ମଉକା ପାଇବେ। କୋର୍ଟ କଚେରିରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ସୌହାର୍ଦ ବଢ଼ିବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageକନ୍ୟା: ଆତ୍ମବିଶ୍ବାସ କମ୍ ହେବାକୁ ଦିଅନ୍ତୁ ନାହିଁ। ନିଜକୁ ଆର୍ଥିକରୂପେ ସୁଦୃଢ଼ କରିବାରେ ସଫଳ ହେବେ। ପେସାଦାର ବ୍ୟବସାୟୀ ବଡ଼ ଅର୍ଡ଼ର ପାଇବେ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। କୌଣସି ବଡ଼ କଂପାନିରେ ଚାକିରି ପାଇଁ ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଖ୍ୟାତି ବଢ଼ିବ। ସରକାରୀ କାମରେ କୌଣସ ବଡ଼ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ଯୁବକ ନିଜର ଭବିଷ୍ୟତକୁ ନେଇ ସଜାଗ ରହିବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ। ଦ୍ରୁତ ଗତିରେ ଯାନ ଚଳାନ୍ତୁ ନାହିଁ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

publive-imageତୁଳା : ବେପାର ଉଦ୍ୟୋଗରେ ସନ୍ତୋଷଜନକ ପରିଣାମ ପାଇବା ପାଇଁ ଏକାଗ୍ରଚିତ୍ତରେ କାମ କରନ୍ତୁ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ପୁଞ୍ଜି ବଜାରରେ ସାବଧାନପୂର୍ବକ ନିବେଶ କରନ୍ତୁ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷ ଚାକିରି ପାଇବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଶତ୍ରୁ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ ହେଲେ କିଛି କରିପାରିବେ ନାହିଁ। ସନ୍ତାନର ଉନ୍ନତିରେ ମନ ପ୍ରସନ୍ନ ରହିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ରହିବ।

publive-imageବିଛା : ଜୀବନରେ ଖୁସି ହିଁ ଖୁସି ଆସିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ କାମରେ ବଡ଼ ସହରକୁ ଯିବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ପାଇଁ ସମୟ ଲାଭଦାୟକ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। କୌଣସି ପୈତୃକ ସଂପତ୍ତି ହାସଲ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ସନ୍ତାନ ସୁଖ ସହ ଜଡ଼ିତ ଭଲ ଖବର ପାଇପାରନ୍ତି। ନିଜର ସାଥୀଙ୍କୁ ଖୁସି ରଖିବା ଲାଗି କିଛି ବି କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ସିଦ୍ଧ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ।

publive-image
ଧନୁ : ସମୟ ଅନୁକୂଳ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ଯେଉଁ ଯୋଜନା ପ୍ରସ୍ତୁତି କରିବେ ଭବି‌ଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଅର୍ଡର୍‌ ସପ୍ଲାୟର୍‌ ଭଲ ଗ୍ରାହକ ପାଇବାର ସମ୍ଭାବନା। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ନେତାଙ୍କ ଲାଗି ସମୟ ଭଲ। ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। ପାରିବାରିକ ଜୀବନ ସୁଖକର ହେବ। ଭାଇଭଉଣୀଙ୍କ ସହିତ ଭଲ ଜାଗାକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ଭଲ କଲେଜରେ ନାମ ଲେଖାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-image

ମକର : ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ବେପାର ଉଦ୍ୟୋଗରେ ଠିକ୍ ସମୟରେ ସଠିକ ନିର୍ଣ୍ଣୟ ନେବେ। ସେୟାର୍‌ ବା ନୂଆ ସଂପତ୍ତି କିଣିବା ଲାଗି ସମୟ ଶୁଭ। କର୍ମଜୀବୀ ମହିଳାଙ୍କର ଅଫିସରେ ସମୟ ଭଲରେ କଟିବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ଉନ୍ନତି ହେବ। ରାଜନୈତିକ ମହତ୍ତ୍ବାକାଂକ୍ଷା ପୂର୍ତ୍ତି ହେବ। ଶତ୍ରୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିବେ, ଆପଣ ସମ୍ଭାଳି ନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ପରିବାରରେ କାହାରି ବିବାହ ତାରିଖ ଫାଇନାଲ୍ ହୋଇପାରେ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ।

publive-image

କୁମ୍ଭ: ସମୟ ଆପଣଙ୍କ ଲାଗି ବହୁତ ଅନୁକୂଳ। ସଫଳତାର ପାହାଚ ଚଢ଼ିବେ। ଆପଣ ଯଦି କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ଚାକିରି କ୍ଷେତ୍ରରେ ଯାହା କାମ କରିବେ ସେଥିରେ ସଫଳତା ପାଇବେ। ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ରାଜନୀତି‌ ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। କୋର୍ଟ କଚେରି ମାମଲା‌ରେ କିଛି ବାଧା ଆସିପାରେ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ଲାଗି ସକାରାତ୍ମକ ସମୟ। ସ୍ବାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ।

publive-image

ମୀନ : ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସେୟାର୍‌ କିଣିବେ ବା ନୂଆ କାରବାରରେ ପୁଞ୍ଜି ନିବେଶ ପାଇଁ ବିଚାର କରିବେ। ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କର ଦରମା ବଢ଼ାଇବେ। ଚାକିରି ପାଇଁ ସାକ୍ଷାତ୍‌କାର ଦେଇଥିବା ବ୍ୟକ୍ତିଙ୍କୁ ଭଲ ଉଦ୍ୟୋଗରୁ ଫୋନ୍‌ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ଦାମ୍ପତ୍ୟ ଜୀବନରେ ପରସ୍ପର ପ୍ରତି ସମ୍ମାନ ବଜାୟ ରଖନ୍ତୁ। ଅବିବାହିତାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରତିଯୋଗୀ ଛାତ୍ରଛାତ୍ରୀ ଭଲ ଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।