publive-imageମେଷ: ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ପୁରୁଣା କଥା ପାସୋରି କିଛି ନୂଆ କାମ କରିବେ। ମହିଳା ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଚାକିରିରେ ପଦୋନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ସୁଖଦ ପାରିବାରିକ ଜୀବନ ଅତିବାହିତ କରିବେ। ପ୍ରେମୀ ଯୁଗଳ ଅଧିକ ସମୟ ଫୋନରେ କଥା ହେବେ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଚାକିରିର ସୁଯୋଗ ଆସିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।

Advertisment

publive-imageବୃଷ:ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ପରିଶ୍ରମର ସକାରାତ୍ମକ ପରିଣାମ ପାଇବେ। ନିବେଶ ମାମଲାରେ କୌଣସି ନୂଆ ପରାମର୍ଶ ପାଇବେ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମଜୀବୀ ମହିଳାଙ୍କ ପାଇଁ ପଦୋନ୍ନତିର ସୁଯୋଗ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବା ଯୋଗୁଁ ମହତ୍ତ୍ବ‌ାକାଂକ୍ଷାକୁ ବଳ ମିଳିବ। କଳାକାର ଫିଲ୍ମରେ ସୁଯୋଗ ପାଇବେ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ନବ ବିବାହିତ କୌଣସି ଭଲ ସ୍ଥାନକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ଏକାଗ୍ରତାରେ ପଢ଼ିବାର ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଯଥେଷ୍ଟ ଆରାମ ପାଇବେ।

publive-imageମିଥୁନ : କୌଣସି ଅଜଣା ବ୍ୟକ୍ତିଙ୍କ ସଂପର୍କରେ ଆସିବେ ଯାହାଦ୍ବାରା ଭବିଷ୍ୟତରେ ଲାଭ ପାଇବେ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ରହିବ। ଅଫିସରେ ବାତାବରଣ ଅନୁକୂଳ ରହିବ। କୋର୍ଟରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଉଦ୍ୟୋଗ‌ରୁ ଡାକରା ଆସିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। କ୍ରିକେଟ ଖେଳାଳି ପ୍ରୋତ୍ସାହନ ପାଇବେ। ପରିବାରରେ ନୂଆ ଦାୟିତ୍ବ ଆସିପାରେ। ବିଦ୍ୟାର୍ଥୀ ପରିଶ୍ରମ ଅନୁସାରେ ସଫଳତା ପାଇବେ। ଶାରୀରିକ ରୂପେ ସୁସ୍ଥ ରହିବେ।

publive-image

କର୍କଟ: ଆପଣ ନିଜର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଘନିଷ୍ଠ ବନ୍ଧୁର ପରାମର୍ଶ ନିଅନ୍ତୁ। କୋର୍ଟ କଚେରି ମାମଲାର ରାୟ ଆପଣଙ୍କ ପକ୍ଷରେ ହୋଇପାରେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ବ୍ୟବସାୟରେ କରିଆସୁଥିବା ପ୍ରୟାସରେ ପ୍ରଭାବଶାଳୀ ପରିଣାମ ଦେଖିବେ। ଜୀବନସାଥୀ ସହିତ ମନୋମାଳିନ୍ୟ ସମାପ୍ତ ହୋଇଯିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ। ଛାତ୍ରୀ ପଢ଼ାଲେଖାରେ ସହପାଠୀର ସାହାଯ୍ୟ ପାଇବେ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। କାର୍ ସାବଧାନତାର ସହ ଚଳାନ୍ତୁ।

publive-imageସିଂହ : କାରବାର ବୃଦ୍ଧି ପାଇଁ ସମୟ ଭଲ। ବଡ଼ ଭାଇଙ୍କ ସହ ପରାମର୍ଶ କରି ନୂଆ କାରବାରରେ ଧନ ନିବେଶ କରନ୍ତୁ ଲାଭ ପାଇବେ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ରାଜନୀତି କରୁଥିବା ଲୋକଙ୍କ କର୍ତ୍ତବ୍ୟ ନିଷ୍ଠାର ପ୍ରଶଂସା ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଅବିବାହିତା ମହିଳାଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ନିଜର ପରିଶ୍ରମ ଜାରି ରଖନ୍ତୁ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ।

publive-imageକନ୍ୟା: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ନିଜର କାମ ଧ୍ୟାନପୂର୍ବକ କରନ୍ତୁ, ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ମୋବାଇଲ୍‌ ବ୍ୟବସାୟୀଙ୍କର ଭଲ ଲାଭ ହେବ। ଚାକିରିରେ ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ବାରା ଯାତ‌ାୟାତରେ ଅସୁବିଧା ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କଥା କହିବା ବେଳେ ନିଜ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ତୈଳଯୁକ୍ତ ଖାଦ୍ୟ ପରିହାର କରନ୍ତୁ।

publive-imageତୁଳା : ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ଯୋଜନା ବନାଇବାରେ ଜୀବନସାଥୀର ସହଯୋଗ ପାଇବେ। ପର୍ଯ୍ୟଟନ ଓ ବିଜ୍ଞାନ କ୍ଷେତ୍ରରେ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଅବସର ମିଳିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବଢ଼ିବ। ଖେଳ କ୍ଷେତ୍ରରେ ଥିବା ବ୍ୟକ୍ତି ଭବିଷ୍ୟତ ସୁଧାରିବାରେ ଅବସର ପାଇବେ। ଭାଇ ଭଉଣୀଙ୍କ ସହିତ କୌଣସି କଥା ଉପରେ ଚର୍ଚ୍ଚା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବାହାରକୁ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageବିଛା : ନିଜର ଭାବନା ଓ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ। ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଫେସନ ଡିଜାଇନର୍ସ କୌଣସି ଗ୍ରାହକ ଦ୍ବାରା ଲାଭ ପାଇବେ। ଅଫିସରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ରହିଛି। ଆପଣଙ୍କର କୌଣସି ରହସ୍ୟ ଘର ଲୋକ ଜାଣି ପାରିବେ। ପ୍ରେମ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ତୈଳଯୁକ୍ତ ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରିପାରେ।

publive-imageଧନୁ : ନୂଆ ଶକ୍ତି ଆପଣଙ୍କୁ ସଫଳତାର ନିକଟସ୍ଥ କରିବ। ଆପଣଙ୍କ କଂପାନି ପାଇଁ ବଡ଼ ସୁଯୋଗ ମିଳିବ। ଯାହାକି ଭବିଷ୍ୟତରେ ଲାଭପ୍ରଦ ହେବ। ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ଚାକିରି ଚେଷ୍ଟାରେ ଲାଗି ରହିଥିବା ଯୁବକ ସଫଳତା ପାଇବେ। କୋର୍ଟରେ ଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ସନ୍ତାନର ସଫଳତା ହେତୁ ଗୌରବାନ୍ବିତ ଅନୁଭବ କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଜ‌ଣେ ଅନ୍ୟଜଣଙ୍କୁ ପ୍ରଭାବିତ କରିବେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଟ୍ରାଫିକ ନିୟମ ମାନି ଯାନ ଚଳାନ୍ତୁ।

publive-image

ମକର : ବେପାର ବଣିଜରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକ ଅଧିକ ଦାୟିତ୍ବ ନିର୍ବାହ କରିବେ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

publive-image

କୁମ୍ଭ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। କାରବାର ଓ ଆୟରେ ବୃଦ୍ଧି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ବିଦେଶରେ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତିମାନଙ୍କୁ ଶୁଭ ସଂକେତ ମିଳିପାରେ। କ୍ରିକେଟ ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିକ୍ଷା ଲାଭ କରିବେ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିବେ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ମନ ପାଠପଢ଼ାରେ ଲାଗିବ।publive-image

ମୀନ : ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ଭଲ। ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିପାରନ୍ତି। କୌଣସି ରଚନା ଓ ଲିଖନ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣ ଖୁସି ରହିବେ। ଜୀବନସାଥୀର ଉପଲବ୍ଧିକୁ ପ୍ରଶଂସା କରନ୍ତୁ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ମନସ୍ଥ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।