publive-imageମେଷ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସରେ ସହକର୍ମୀଙ୍କ ଉପରେ ରାଗନ୍ତୁ ନାହିଁ। ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ।

Advertisment

publive-imageବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ। କଳାକାରଙ୍କୁ ସଫଳତା ମିଳିପାରେ। ‌

publive-imageମିଥୁନ: କାରବାର ଲାଗି ଦିନଟି ଉତ୍ତମ। ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ।

publive-image

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।

publive-imageସିଂହ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିଅର୍‌ ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ। ‌

publive-imageକନ୍ୟା: ଧୈର୍ଯ୍ୟଧରି କାମ କରନ୍ତୁ, ସଫଳତାର ପାହଚ ଚଢ଼ିବେ। ବାହନ କିଣିବାର ଆଶା ପୂରା ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ସହ ସମୟ ଅତିବାହିତ କରିବେ। ‌

publive-imageତୁଳା: ଅଫିସ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ। ପେସାଦାର ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।

publive-imageବିଛା: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ‌

publive-image
ଧନୁ: କରିଆସୁଥିବା କାମରୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାର ଦ୍ବାରା ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ନୂଆ ସୁଯୋଗ ନେଇ ଆସିବ।

publive-image

ମକର: ପରିବାର ସହିତ ଧର୍ମାନୁଷ୍ଠାନକୁ ଯ‌ାଆନ୍ତୁ, ଶୁଭ ହେବ। ଅତୀତ କଥା ପାସୋରି ନୂଆ କାମ ଶୁଭାରମ୍ଭ କରନ୍ତୁ। ଗଣମାଧ୍ୟମ କର୍ମଚାରୀଙ୍କର ପ୍ରଗତି ହେବ।

publive-image

କୁମ୍ଭ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ଲାଗି ରହିଥିବା ଜମି ବିବାଦ ସମାପ୍ତ ହୋଇଯିବ।

publive-image

ମୀନ: ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଲୋକଙ୍କୁ ପ୍ରଭାବିତ କରିବ। ଘରର ମୁରବିଙ୍କ ମତ ନେଇ ନୂଆ କାରବାରରେ ପୁଞ୍ଜି ନିବେଶ କରନ୍ତୁ।