publive-imageମେଷ: ଅଫିସରେ ଆପଣଙ୍କ ସଚ୍ଚୋଟତା ପାଇଁ କତୃପକ୍ଷ ଆପଣଙ୍କର ଦରମା ବୃଦ୍ଧି କରାଇବେ। ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

Advertisment

publive-imageବୃଷ: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରିଜୀବୀଙ୍କୁ ମନ ମୁତାବକ କାମ ମିଳିବା ଯୋଗୁଁ ପ୍ରସନ୍ନତା ହେବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।‌

publive-imageମିଥୁନ: ପୂଜ‌ାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ପାରିବାରକ ଜୀବନରେ ଭଲ ପରିଣାମ ଦେଖିବେ। ଆପଣଙ୍କ ସହିତ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ।

publive-image

କର୍କଟ: ବିବାଦ ଠାରୁ ଦୂରରେ ରୁହନ୍ତୁ। ନିଜର ସ୍ବଭାବ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

publive-imageସିଂହ: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ବନ୍ଧୁ ଓ ଭାଇ ଦ୍ବାରା ଧନଲାଭର ସମ୍ଭାବନା ଅଛି। ଜୀବନସାଥୀ ବ୍ୟବହାରରେ ପରିବର୍ତ୍ତନ ଆସିବ।

publive-imageକନ୍ୟ‌ା: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

publive-imageତୁଳା: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଶତ୍ରୁ ଓ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀ ଠାରୁ ଭଲ ଖବର ପାଇବେ।

publive-imageବିଛା: ବ୍ୟବସାୟ କାମରେ ଯାତୟାତ ଅଧିକ କରିବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆପଣ କୌଣସି ଭଲ ଖବର ପାଇବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

publive-image
ଧନୁ: ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି।

publive-image

ମକର: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷା ଲାଭ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

publive-image

କୁମ୍ଭ: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ। ବେପାରୀଙ୍କ ଲାଗି ଦିନଟି ଭଲ। ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

publive-image

ମୀନ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।