publive-imageମେଷ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

Advertisment

publive-imageବୃଷ: ଆର୍ଥିକ ଚିନ୍ତା ସମାପ୍ତ ହେବ। ବ୍ୟବସାୟରେ ଭଲ ଅବସର ପାଇବେ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

publive-imageମିଥୁନ: କାମକୁ ନୂଆ ଉପାୟରେ କରିବାକୁ ଚେଷ୍ଟା କରିବେ। କାରବାରରେ ଯଥେଷ୍ଟ ସଫଳତା ପାଇବେ। ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ ପୂରା ହେବ। ବନ୍ଧୁ ସହିତ ମଉଜ ମସ୍ତିରେ ସମୟ ବିତିବ।

publive-image

କର୍କଟ: ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଜମି କିଣି ପାରନ୍ତି। କୋର୍ଟ ମାମଲାରେ କୌଣସି ବରିଷ୍ଠଙ୍କ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageସିଂହ: ମୁସ୍କିଲର ଅନ୍ତ ହେବ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କର ବଦଳି ମନ ପସନ୍ଦ ଜାଗାକୁ ‌ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-imageକନ୍ୟା: କଠିନ ପରିସ୍ଥିତିରେ ସଂଯମରେ କାମ କରନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ରାଜନୀତିକ କାର୍ଯ୍ୟକ୍ରମରେ ଆପଣ ଅଧିକ ରୁଚି ନେବେ।

publive-imageତୁଳା: ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଭବନ ନିର୍ମାଣ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

publive-imageବିଛା: ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ନିତି ଦିନିଆ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ପାରିବାରିକ ଜୀବନ ବହୁତ ଭଲ ରହିବ। ସୋସିଆଲ୍ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ।

publive-image
ଧନୁ: କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ପାଇବେ। ନିର୍ମାଣ କାର୍ଯ୍ୟକ୍ଷେତ୍ରରେ ବଡ଼ ଯୋଜନା ସଫଳ ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଶତ୍ରୁ ପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ।

publive-image

ମକର: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁଦିନରୁ ଅନ୍ବେଷଣରେ ଥିଲେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି।

publive-image

କୁମ୍ଭ: ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବାର ସମ୍ଭାବନା। ଆପଣଙ୍କ ଠାରୁ କେହି ପରାମର୍ଶ ନେଇ ପାରନ୍ତି। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-image

ମୀନ: ନୂଆ କାମ ଆରମ୍ଭ ଭଲଭାବେ କରିବେ। ଆଖପାଖର ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅଫିସରେ ଯେଉଁ କାମ କରିଛନ୍ତି ତାର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।