publive-imageମେଷ: ବଡ଼ ପଦକ୍ଷେପ ନେବାରେ ନିବୃତ୍ତ ରହନ୍ତୁ। ପାଠପଢ଼ା ପ୍ରତି ଆପଣଙ୍କ ସନ୍ତାନର ଗମ୍ଭୀରତା ବଢ଼ିବ। କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ‌

Advertisment

publive-imageବୃଷ: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ଲାଗି କିଛି ନୂଆ କରିବେ। ପରିବାରରେ କୌଣସି ଧର୍ମକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣି ପାରନ୍ତି। ‌

publive-imageମିଥୁନ: କିଛି ଚିନ୍ତା ଆପଣଙ୍କ ଲାଗି ବାଧା ବନିପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଆଳସ୍ୟ ସତ୍ତ୍ବେ ବି ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ। ‌

publive-image

କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନା ଜାଣିବାକୁ ଚେଷ୍ଟା କରିବେ। ‌

publive-imageସିଂହ: ଆପଣଙ୍କର ଅଧିକତର ସମୟ ପିଲାମାନଙ୍କ ସହିତ ବିତିବ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। କିଛି ନୂଆ କାମ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ସଂଧାନରେ ବଡ଼ ସଫଳତା ମିଳିବ।

publive-image‌କନ୍ୟା: କିଛି କାମ ଅଧୁରା ରହିପାରେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯାତୟାତ କରିବାକୁ ପଡ଼ିବ। କାମକୁ ଭଲ ଦିଶା ଦେବାକୁ ପ୍ରୟାସ କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

publive-imageତୁଳା: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଜୀବନରେ ସଫଳତା ମିଳିବ। ଘର ଓ ଅଫିସରେ ପରିବେଶ ପ୍ରସନ୍ନତାଦାୟକ ରହିବ।

publive-imageବିଛା: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ମିଶନ୍ତୁ ଆପଣଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

publive-image
ଧନୁ: ଅଧୁରା କାମ ପୂରା ହେବ। ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ରଚନାତ୍ମକ କାମ ପାଇଁ ଭଲ ଦିନଟିଏ। କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ।

publive-image

ମକର: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ପାଇଁ କିଛି ଲାଭକାରୀ ବିଷୟ ସମ୍ମୁଖକୁ ଆସିବ। ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

publive-image

କୁମ୍ଭ: ବ୍ୟବସାୟର ପ୍ରଗତି ଲାଗି ଦିନଟି ବହୁତ ଭଲ। ଧନଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ମନୋଯୋଗ ଦିଅନ୍ତୁ।

publive-image

ମୀନ: ପରିବାରରେ କୌଣସି ସଦସ୍ୟ ସହିତ ବିବାଦ ହୋଇପାରେ। ଜଣା ଅଜଣାରେ ଆପଣଙ୍କ ଦ୍ବାରା ଭୁଲ୍ ହୋଇପାରେ। ବ୍ୟବସାୟ ମାନ୍ଦା ଧରିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।