publive-imageମେଷ: ସମସ୍ୟା କିଛି ରହିବ ହେଲେ ଚିନ୍ତା କରନ୍ତୁ ନାହିଁ ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି। ‌

Advertisment

publive-imageବୃଷ: କୌଣସି ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ‌

publive-imageମିଥୁନ: ପୁଞି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌

publive-image

କର୍କଟ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ନବ ଦମ୍ପତ୍ତି ଭବିଷ୍ୟତକୁ ନେଇ ଯୋଜନା କରିବେ। ‌

publive-imageସିଂହ: ଜ୍ଞାନ ଓ ବୁଦ୍ଧି ବଳ ପ୍ରୟୋଗ କରନ୍ତୁ ସଫଳତା ପାଇବେ। ଯେଉଁ ଫିଲ୍ମ କଳାକାର ସଂଘର୍ଷ କରୁଛନ୍ତି ସେମା‌ନଙ୍କ ଲାଗି ନୂଆ କାମ ଆସିବ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି।

publive-imageକନ୍ୟା: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ। ଶିକ୍ଷାର୍ଥୀଙ୍କୁ ଦିନଟି ସଫଳତା ଦେବ। ରାତିରେ ନିଦ ଭଲ ହେବ। ‌

publive-imageତୁଳା: ମନରେ ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଚାକିରି ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବେକାରଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ।

publive-imageବିଛା: ଲାଗି ରହିଥିବା ବିବାଦ ସମାପ୍ତ ହେବ। ଉପାର୍ଜନ ଲାଗି ନୂଆ ମଉକା ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଆପଣଙ୍କ ସରଳତା ଲାଗି ଆପଣଙ୍କର ବନ୍ଧୁ ଖୁସି ରହିବେ।

publive-image
ଧନୁ: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନର ଲୋକଙ୍କ ସେବା ପାଇଁ ମନ ବନାଇବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ପ୍ରେମ ନିବେଦନ ଲାଗି ଦିନଟି ଭଲ।

publive-image

ମକର: ଧ୍ୟାନ ଯୋଗରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ। ଭ‌ାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-image

କୁମ୍ଭ: ଆତ୍ମବିଶ୍ବାସ ବୃଦ୍ଧି ହେବ। ସମସ୍ୟା ସମାଧାନ କରିବା ପାଇଁ ଯତ୍ନବାନ ହେବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ପାରିବାରିକ ଜୀବନ ହସଖୁସିରେ ଅତିବାହିତ ହେବ।

publive-image

ମୀନ: ଆଳସ୍ୟ ତ୍ୟାଗ କରନ୍ତୁ। ଅର୍ଥ ଠିକ୍ ଜାଗାରେ ନିବେଶ କରନ୍ତୁ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ପାରିବାରିକ ସୁଖ ପ୍ରାପ୍ତ ହେବ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।