publive-imageମେଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନୋଯୋଗ ଦିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ସୂଚନା ପାଇବେ। ‌

Advertisment

publive-imageବୃଷ: ଅନଲାଇନିରେ ଉପାର୍ଜନ ଲାଗି ସୁଯୋଗ ପାଇବେ। ରାଜନୀତିରେ ସଫଳତା ପାଇବେ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କତୃପକ୍ଷ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।‌‌

publive-imageମିଥୁନ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ‌

publive-image

କର୍କଟ: ଅଫିସରେ ପରିଶ୍ରମ ଓ ମନୋଯୋଗରେ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମୀ ଯୁଗଳ ନିଜର ନାରାଜ ଥିବା ସାଥୀଙ୍କୁ ମନାଇବାରେ ସଫଳ ହେବେ। ‌

publive-imageସିଂହ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। କାରବାରରେ ଧନଲାଭ ହେବ। ‌

publive-imageକନ୍ୟା: ଉନ୍ନତରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦୂରସ୍ଥାନକୁ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ।

publive-imageତୁଳା: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀ ସହ ସିନେମା ଦେଖିବେ।

publive-imageବିଛା: ଅଫିସରେ କତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନୀତିକ ଲୋକଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image
ଧନୁ: କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

publive-image

ମକର: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ପ୍ରିୟବନ୍ଧୁ ସଂହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

publive-image

କୁମ୍ଭ: ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ସହ ସଂପୂର୍ଣ୍ଣ କରିଦେବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଗହଣା କିଣିବା ଲାଗି ଭାବିବେ।

publive-image

ମୀନ: ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କିୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।