ମେଷ:-ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଅର୍ଡ଼ର ସପ୍ଲାଇ ଭଲ ଗ୍ରାହକ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟ ଭଲ ରହିବ। 

Advertisment

ବୃଷ:-ଓକିଲଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବିଶେଷ ଲୋକଙ୍କ ସହିତ ନୂଆ ଗତିବିଧିରେ ଚର୍ଚ୍ଚା କରିବେ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ।

ମିଥୁନ:-ବ୍ୟବସାୟିକ କାମ ନର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଅଫିସରେ ସହକର୍ମୀଙ୍କ କାର୍ଯ୍ୟକୁଶଳତା ଯୋଗୁଁ ଆପଣଙ୍କ ଲକ୍ଷ୍ୟ ସମୟରେ ପୂରା ହୋଇଯିବ। କୌଣସି ବିବାଦ ଠାରୁ ଦୂରରେ ରୁହନ୍ତୁ। ‌

କର୍କଟ:-ପ୍ରତ୍ୟେକ ଅଶାନ୍ତର ସମାଧାନ ଆଖିପଛୁଳାକେ ବାହାରି ଯିବ। ଆପଣଙ୍କ କଥା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ନିତି ଦିନିଆ କାମରୁ ଦୂରେଇ କିଛି ନୂଆ ଶିଖିବେ। ଧାର୍ମିକ ଗିତିବିଧିରେ ରୁଚି ରହିବ।

ସିଂହ:-ବଡ଼ ନିର୍ଣ୍ଣୟ ନେବା ଲାଗି ଭଲ ଦିନଟିଏ। ଅଶାନ୍ତର ସମାଧାନ ପାଇଁ ଚେଷ୍ଟା କରନ୍ତୁ ସଫଳ ହେବେ। ଜୀବନସାଥୀ ସହିତ ଘର କାମରେ ବ୍ୟସ୍ତ ରହିବେ। କୌଣସି ବ୍ୟବସାୟିକ ସଉଦା ପାଇଁ ସୁଯୋଗ ପାଇବେ। 

କନ୍ୟା:-ବ୍ୟବସାୟରେ ଅତିରିକ୍ତ ଆୟର ସାଧନ ସୃଷ୍ଟି ହେବ। ସରକାରୀ ଚାକିରିଆ କାର୍ଯ୍ୟଭାରରେ ସନ୍ତୁଷ୍ଟ ରହିବେ। ଭାଗୀଦାରି ବ୍ୟବସାୟର ଯୋଜନା ଲାଭପ୍ରଦ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। 

ତୁଳା:-ଧ୍ୟାନ ରଖନ୍ତୁ ପ୍ରୟ‌ାସରତ କାର୍ଯ୍ୟରେ ଯଦିଓ ସମସ୍ୟା ଆସୁଛି ତେବେ ଆପଣଙ୍କର ଏକାଗ୍ରତାର କମି ପାଇଁ। ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ। 

ବିଛା:-ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସହଯୋଗ ସକାରାତ୍ମକ ରହିବ। ଜମି ସମ୍ବନ୍ଧୀୟ କାମ ସମାଧାନ ହେବ। ବୃଥା ଭ୍ରମଣରୁ ନିବୃତ୍ତ ରୁହନ୍ତୁ। 

ଧନୁ:-ଉଚିତ ନିର୍ଣ୍ଣୟ ନିଅନ୍ତୁ ସମସ୍ୟାର ସମାଧାନ ହୋଇଯିବ। ଅଫିସରେ ଆପଣଙ୍କ ପ୍ରଭୁତ୍ବ ବଜାୟ ରହିବ। ନବ ବିବାହିତ ଦମ୍ପତ୍ତି ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ। ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ। 

ମକର:-ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଳା ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। 

କୁମ୍ଭ:-ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଉନ୍ନତି ଆପଣଙ୍କ ପାଦସ୍ପର୍ଶ କରିବ। ନେଣଦେଣ ସ୍ଥଗିତ ରଖନ୍ତୁ ସମସ୍ୟାରୁ ରକ୍ଷା ପାଇଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। 

ମୀନ:-ପ୍ରଭାବଶାଳୀ ଏବଂ ସମ୍ମାନିତ ବ୍ୟକ୍ତିଙ୍କ ସଂପର୍କ ଆସିବା ଯୋଗୁଁ କିଛି ନୂଆ ଶିଖିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଘର ଲୋକଙ୍କ ସହିତ ଧାର୍ମିକ ଆୟୋଜନ କରିବେ। କାହାରି ସହିତ କୁତର୍କ କରନ୍ତୁ ନାହିଁ।