ମେଷ:-ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଲେଖକଙ୍କୁ ଖ୍ୟାତି ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। 

Advertisment

ବୃଷ:-ଏକାଗ୍ରଚିତ୍ତରେ କରୁଥିବା କାମର ସଫଳ ହେବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ପ୍ରିୟଜନର ପ୍ରେମ ସହଯୋଗ ଉଭୟ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। 

ମିଥୁନ:-ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ବ୍ୟବସାୟରେ ଭାଗୀଦାର ଭାବିଚିନ୍ତି କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

କର୍କଟ:-ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ଠିକାଦାରଙ୍କୁ ଧନଲାଭ ହେବ। ନୂଆ କାମ କରିବା ଲାଗି ଆଗ୍ରହ ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।  

ସିଂହ:-ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ। 

କନ୍ୟା:-ନୂଆ ଜିନିଷ ଉପରେ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭା‌ବରେ ରଖି ପାରିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ। 

ତୁଳା:-ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଅର୍ଥ ମାମଲାରେ ସ୍ଥତି ମଜଭୁତ ହେବ। ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ। 

ବିଛା:-ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ। ଅଫିସରେ ଅଧୁରାଥିବା କାମ ପୂରା କରିପାରିବେ। ଜୀବନସାଥୀ ଠାରୁ ସକାରାତ୍ମକ ସଂକେତ ମିଳିପାରେ। 

ଧନୁ:-ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ‌ 

ମକର:-ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରସଦ୍ଧି ବଢ଼ିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଭଲ ରହିବ। 

କୁମ୍ଭ:-ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ‌ 

ମୀନ:-ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବେପାରରେ ଧନଲାଭର ଅବସର ପାଇବେ। ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ।